BCCI statement / ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ମାମଲା: ବିସିସିଆଇ କହିଲା ଦେଶ ପାଇଁ ଅପମାନ
·10 months ago·2 min read

Key Points
୨୦୨୫ ମହିଳା ଏକଦିବସୀୟ ବିଶ୍ୱକପ କ୍ରିକେଟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅଷ୍ଟ୍ରେଲିଆ ମହିଳା ଦଳ (Australia Women's Cricket team) ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣାର ସମ୍ମୁଖୀନ ହୋଇଛି।
୨୦୨୫ ମହିଳା ଏକଦିବସୀୟ ବିଶ୍ୱକପ କ୍ରିକେଟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅଷ୍ଟ୍ରେଲିଆ ମହିଳା ଦଳ (Australia Women's Cricket team) ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣାର ସମ୍ମୁଖୀନ ହୋଇଛି। ୨୩ ଅକ୍ଟୋବର ଗୁରୁବାର ସକାଳେ ଜଣେ ବାଇକ୍ ଚାଳକଙ୍କ ଦ୍ୱାରା ଦୁଇ ଜଣ ଅଷ୍ଟ୍ରେଲିଆ ମହିଳା ଖେଳାଳିଙ୍କୁ ଅସଦାଚରଣ କରାଯାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ଘଟଣା ଏବେ ଭାରତୀୟ କ୍ରିକେଟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିରୋଧୀ ଦଳମାନେ ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି । ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏହି ଘଟଣାରେ ନୀରବତା ଭାଙ୍ଗିଛି।
ଅଧିକ ପଢ଼ନ୍ତୁ: ଅବସର ନେବା ମୁଡ୍ରେ ନାହାନ୍ତି ରୋହିତ-କୋହଲି! ସିଡନୀ ବିଜୟ ପରେ ଖୋଲାଖୋଲି…
ଏହି ଘଟଣାକୁ ଦେଶ ପାଇଁ ଅପମାନ ବୋଲି ବୋର୍ଡ କହିଛି। କଣ କହିଲା ବିସିସିଆଇ ? ଏ ସମ୍ପର୍କରେ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, "ସମ୍ପୂର୍ଣ୍ଣ ଘଟଣାଟି ନିନ୍ଦନୀୟ। ଏପରି ଘଟଣା ଘଟିବା ଉଚିତ୍ ନୁହେଁ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।" ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି, "ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏପରି ଘଟଣା ଅପମାନ ଆଣିଥାଏ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆମେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରୁଛୁ। ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆଇନକୁ ତାର କାର୍ଯ୍ୟ କରିବାକୁ ପଡିବ।"
ଏହାସହ ପଢ଼ନ୍ତୁ: ଇନ୍ଦୋରରେ ମହିଳା କ୍ରିକେଟରଙ୍କୁ ଅସଦାଚରଣ, ହୋଟେଲରୁ କାଫେକୁ ଯିବା ବେଳେ....

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିନିକିଆ ମହିଳା ବିଶ୍ବକପ୍ ଏବେ ଭାରତ ଏବେ ଜାରି ରହିଛି । ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ତେବେ ଏହାରି ମଧ୍ୟରେ ମହିଳା ବିଶ୍ବକପ୍କୁ ନେଇ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଖବର ଖେଳ ସହ ଜଡ଼ିତ ନୁହେଁ ବରଂ ମହିଳା କ୍ରିକେଟରଙ୍କୁ ଅସଦାଚରଣର ।
ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଖେଳାଳିଙ୍କ ସହ ଅସଦାଚରଣ ମାମଲା ଇନ୍ଦୋରରେ ଆଲୋଡ଼ନ ସୃଷ୍ଟି କରିଛି । ଇନ୍ଦୋରର ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିଆଙ୍କ ଅନୁଯାୟୀ, ଘଟଣାଟି ୨୩ ଅକ୍ଟୋବର ଗୁରୁବାର ପୂର୍ବାହ୍ନ ୧୧ଟାରେ ଘଟିଥିଲା । ଦୁଇଜଣ ଅଷ୍ଟ୍ରେଲିଆ ମହିଳା ଖେଳାଳି ହୋଟେଲ ରାଡିସନ ବ୍ଲୁ'ରୁ ନିକଟସ୍ଥ ଏକ କାଫେକୁ ଯାଉଥିବା ସମୟରେ ଜଣେ ଯୁବକ ବାଇକ୍ ଯୋଗେ ସେମାନଙ୍କ ପାଖକୁ ଆସି ଅସଦାଚରଣ କରି ଫେରାର୍ ହୋଇଯାଇଥିଲେ । ଅଷ୍ଟ୍ରେଲିଆ ମହିଳା ଦଳ ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ଭାରତରେ ଅଛି ।

Related Topics
Explore more stories