Videos
|
Sports

ଅଲମ୍ପିକ୍ସ ଆସୋସିଏସନକୁ  ବିସିସିଆଇ ଦେବ ୮.୫ କୋଟି 

Sangram Tripathy
Browse all articles by Sangram Tripathy
·2 years ago·1 min read
ଅଲମ୍ପିକ୍ସ ଆସୋସିଏସନକୁ  ବିସିସିଆଇ ଦେବ ୮.୫ କୋଟି 


ଅର୍ଗସ ବ୍ୟୁରୋ:ପ୍ୟାରିସର ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି ୨୬ରୁ । ସାରା ବିଶ୍ୱରୁ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଏଥିରେ ସାମିଲ ହେବାକୁ ଯାଉଥିବାବେଳେ ଅଲମ୍ପିକ୍ସରେ ୧୧୭ ଜଣିଆ ଭାରତୀୟ ଦଳ ଭାଗନେବେ ।  ଦୌଡ଼କୁଦ ଇଭେଣ୍ଟ ପାଇଁ ଭାରତର ସର୍ବାଧିକ ୨୯ ଜଣ କ୍ରୀଡ଼ାବିତ ରହିଛନ୍ତି।ଏହାପୂର୍ବରୁ ଅଲମ୍ପିକ୍ସରେ ଭାରତୀୟ କ୍ରୀଡ଼ାବୀତଙ୍କୁ ସହାୟତା କରିବାକୁ ହାତ ବଢ଼ାଇଛି ବିସିସିଆଇ। ଏଥିପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଅଲମ୍ପିକ୍ସ ଆସୋସିଏସନ ପାଇଁ ୮.୫ କୋଟି ଟଙ୍କା ଘୋଷଣା କରାଯାଇଛି।

 

ବିସିସିଆଇ ସମ୍ପାଦକ ଜୟ ଶାହ ଆର୍ଥିକ ସହାୟତା ଘୋଷଣା କରିବା ସହ ଭାରତୀୟ କ୍ରୀଡ଼ାବିତଙ୍କୁ  ଜଣାଇଛନ୍ତି ଶୁଭେଚ୍ଛା। ସେମାନଙ୍କ ପାଇଁ ବିସିସିଆଇ ଏପରି ଆର୍ଥିକ ସହାୟତା କରିଛି। ପ୍ୟାରିସ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଭାଗ ନେବେ। ଭାରଉତ୍ତୋଳନରେ ଭାରତକୁ ପ୍ୟାରିସରେ କେବଳ ମୀରବାଈ ଚାନୁ ପ୍ରତିନିଧିତ୍ୱ କରିବେ। ୨୦୨୧ ଟୋକିଓ ଗେମ୍ସରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଭାରତ ଏଥର ପୂର୍ବ ଅଲିମ୍ପିକ୍ସ ଅପେକ୍ଷା ପ୍ୟାରିସ ଅଲମ୍ପିକ୍ସରେ ଅଧିକ ପଦକ ଜିତିବେ ବୋଲି ଆଶା ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BCCI will give 8.5 crores to the Olympic Association | Argus News