Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିସିସିଆଇର ବଡ଼ ଘୋଷଣା,ଆଇପିଏଲ୍‌ରେ ମ୍ୟାଚ୍‌ ଫି ୭.୫ ଲକ୍ଷ,ଫ୍ରାଞ୍ଜାଇଜ୍‌ ବଜାୟ ରଖିବେ ୫ ଖେଳାଳି 

Sangram Tripathy
Browse all articles by Sangram Tripathy
·1 year ago·2 min read
ବିସିସିଆଇର ବଡ଼ ଘୋଷଣା,ଆଇପିଏଲ୍‌ରେ ମ୍ୟାଚ୍‌ ଫି ୭.୫ ଲକ୍ଷ,ଫ୍ରାଞ୍ଜାଇଜ୍‌ ବଜାୟ ରଖିବେ ୫ ଖେଳାଳି 

ଅର୍ଗସ ବ୍ୟୁରୋ:ଆଇପିଏଲର ୨୦୨୫ ମେଗା ଅକ୍ସନ ପୂର୍ବରୁ ବିସିସିଆଇର ଐତିହାସିକ ନିଷ୍ପତ୍ତି ,କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କୁ ମ୍ୟାଚ୍‌ ଫି’ ବାବଦରେ ମଧ୍ୟ ମିଳିବ ଅତିରିକ୍ତ ଟଙ୍କା। ଧାର୍ଯ୍ୟ ମ୍ୟାଚ୍‌ ଫି’ ୨୦୨୫ ଆଇପିଏଲ୍‌ଠାରୁ ଲାଗୁ ହେବ। ଯଦି ଜଣେ ଖେଳାଳି ଆଇପିଏଲର ସମସ୍ତ ଲିଗ ମ୍ୟାଚ୍‌ ଖେଳନ୍ତି, ତାହେଲେ ତାଙ୍କୁ ଚୁକ୍ତି ବ୍ୟତୀତ ଆଉ ୧.୦୫ କୋଟି ଟଙ୍କା ମିଳିବ। ଜଣେ ଖେଳାଳି ପ୍ରତି ମ୍ୟାଚ୍‌ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି ଆକାରରେ ପାଇବେ। 


ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି ଆଇପିଏଲରେ ନିରନ୍ତର ଓ ଚମତ୍କାର ପ୍ରଦର୍ଶନର ଉତ୍ସବ ପାଳନ କରିବା ପାଇଁ ଆମେ ଏକ ଐତିହାସିକ ପଦକ୍ଷେପ ନେଇଛୁ,ଏହା ଆଇପିଏଲରେ ଖେଳାଳିଙ୍କ ପାଇଁ ଗୋଟିଏ ନୂଆ ଯୁଗ ହେବ।ଆମେ ଆମ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍‌ ପିଛା ୭.୫ ଲକ୍ଷ ଟଙ୍କାର ଫି’ ଦେବାକୁ ଘୋଷଣା କରି ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କରୁଛୁ। ଏଥିପାଇଁ ସବୁ ପ୍ରାଞ୍ଚାଇଜକୁ ସିଜିନ ପାଇଁ ୧୨.୬୦ କୋଟି ଟଙ୍କା ଯୋଗାଇ ଦିଆଯିବ। ମ୍ୟାଚ୍‌ ଫି’ରେ ଏତେ ପରିମାଣର ବୃଦ୍ଧି କରାଯିବା ଫଳରେ ଭାରତରେ ଖେଳାଯାଉଥିବା ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ତୁଳନାରେ ଆଇପିଏଲ୍‌ ଖେଳାଳି ପାଖାପାଖି ୨୦ ଗୁଣା ଅଧିକ ଲାଭ ପାଇବେ ।

୨୦୨୧ରେ ବିସିସିଆଇ ପକ୍ଷରୁ ମ୍ୟାଚ୍‌ ଫି’ ଢାଞ୍ଚାରେ ବୃଦ୍ଧି କରାଯାଇଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ‌୨୦ଟି ମ୍ୟାଚ୍‌ ପର୍ଯ୍ୟନ୍ତ ଦିନକୁ ୪୦ ହଜାର ଟଙ୍କା, ୨୧ରୁ ୪୦ ମ୍ୟାଚ୍‌ ପର୍ଯ୍ୟନ୍ତ ଦିନକୁ ୫୦ ହଜାର ଟଙ୍କା ଓ ୪୦ରୁ ଊର୍ଦ୍ଧ୍ବ ମ୍ୟାଚ୍‌ ଖେଳୁଥିଲେ ଦିନକୁ ୬୦ ହଜାର ଟଙ୍କା ମ୍ୟାଚ୍‌ ଫି ଦିଆଯିବାକୁ ଘୋଷଣା କରାଯାଇଥିଲା ।ବର୍ତ୍ତମାନ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଦେଉଛି। କିନ୍ତୁ ଆଇପିଏଲର ପ୍ରତିଟି ମ୍ୟାଚ୍‌ ଭାରତୀୟ ଖେଳାଳି ଦିନିକିଆ ଠାରୁ ମଧ୍ୟ ଅଧିକ ଟଙ୍କା ପାଇବେ। ଆଇପିଏଲ ପ୍ରାଞ୍ଚାଇଜ ମେଗା ଅକ୍ସନ ପୂର୍ବରୁ ନିଜ ସହ ସର୍ବାଧିକ ୫ ଜଣ ଖେଳାଳିଙ୍କୁ ରଖିପାରିବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BCCI's big announcement, match fee 7.5 lakhs in IPL, 5 players will retain the franchise | Argus News