ପାଣ୍ଡ୍ୟା ହେବା ସହଜ ନୁହେଁ

ଅର୍ଗସ ବ୍ୟୁରୋ: ସୂର୍ଯ୍ୟ କୁମାରଙ୍କୁ ବିସିସିଆଇ ଟିମ୍ ଇଣ୍ଡିଆର ଟି-୨୦ଅଧିନାୟକ ଦାୟିତ୍ବ ଦେବା ସହ ଗିଲ୍ ଙ୍କୁ କରିଛି ଉପଅଧିନାୟକ ଫଳରେ ହାର୍ଦ୍ଦିକଙ୍କୁ ଲାଗିଛି ଶକ୍ତ ଝଟକା। ୨୪ ଘଣ୍ଟାରେ ପାଣ୍ଡ୍ୟାଙ୍କ ଜୀବନରେ ଘଟିଥିଲା ଦୁଇଟି ଘଟଣା,ପ୍ରଥମେ ହାର୍ଦ୍ଦିକଙ୍କୁ ବିସିସିଆଇ ଅଧିନାୟକ ଦାୟିତ୍ବ ଦେବାବଦଳରେ ଉପଅଧିନାୟକ ପଦରୁ ହଟାଇ ଦେଇଥିଲା,କିଛି ଘଣ୍ଟା ପରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି । ଉଭୟ ଆଜି ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଲେଖିଥିଲେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି।
ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ ବୋଲି କହିଥିଲେ। ପାଣ୍ଡ୍ୟାଙ୍କର କ୍ରିକେଟ୍ ଦୁନିଆଁର ଝଡ ଉଠିବା ସହ ପାରିବାରିକ ଦୁନିଆଁର ମଧ୍ୟ ଝଡ ଉଠିଥିଲା,ଅନ୍ୟପଟେ ଯେତେବେଳେ ହାର୍ଦ୍ଦିକ ଆଇପିଏଲରେ ଗୁଜୁରାଟ ଛାଡି ମୁମ୍ବାଇର ଅଧିନାୟକ ହୋଇଥିଲେ ତାଙ୍କୁ ଅନେକ ଟ୍ରୋଲ୍ କରାଯାଇଥିଲା
କିନ୍ତୁ ସେ ହାରନମାନି ଟି-୨୦ ବିଶ୍ବକପରେ ଶେଷ ଓଭରରେ ବୋଲିଂ କରିବା ସହ ଭାରତକୁ ବିଶ୍ବକପ ଭେଟିଦେଇଥିଲେ,ଫୁଟାଇଥିଲେ କୋଟି କୋଟି ଭାରତୀୟଙ୍କ ଓଠରେ ହସ। ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ବକପ ଜିତିଥିଲା କାନ୍ଦିପକାଇଥିଲେ ପାଣ୍ଡ୍ୟା। ଟିମ୍ ଇଣ୍ଡିଆର ଏହି ଷ୍ଟାର ଅଲରାଉଣ୍ଟର ପୁଣି ସୁସ୍ଥ ହୋଇ ମଇଦାନକୁ ଫେରନ୍ତୁ ବୋଲି ଫ୍ୟାନଙ୍କ ଆଶା।
📱 Get Argus News App
✨