Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆରସିବି ଆଇପିଏଲ ଟ୍ରଫି ହାତେଇବା ପରେ ବେଙ୍ଗାଲୁରୁରେ ଅଦିନିଆ ଦୀପାବଳି

Ritu Das
Browse all articles by Ritu Das
·1 year ago·2 min read
ଆରସିବି ଆଇପିଏଲ ଟ୍ରଫି ହାତେଇବା ପରେ ବେଙ୍ଗାଲୁରୁରେ ଅଦିନିଆ ଦୀପାବଳି

Key Points

୧୭ ବର୍ଷ ପରେ ପ୍ରଥମ ଟ୍ରଫି ଜିତିଲା ଆରସିବି

୧୭ ବର୍ଷ ପରେ ପ୍ରଥମ ଟ୍ରଫି ଜିତିଲା ଆରସିବି। ଯେଉଁଥିପାଇଁ ଚାରିଆଡେ ଖୁସିର ମାହୋଲ। ସତରେ ଖୁସିର କୌଣସି ଠିକଣା ନାହିଁ। ଅହମଦାବାଦରେ ବିଜୟ, ବେଙ୍ଗାଲୁରୁରେ ବିଜୟ ଉତ୍ସବ । ଗୁଜୁରାଟରେ ଆରସିବି ଆଇପିଏଲ ଫାଇନାଲ ଜିତିଲା ତେଣେ କର୍ଣ୍ଣାଟକରେ ବାଣ ଫୁଟିଲା। ସତରେ ସୁକୁନ କାଲି ବିରାଟ କୋହଲି ଜିତିବା ପରେ ଦ୍ବିଗୁଣିତ ହୋଇଯାଇଥିଲା। ଖୁସିରେ ଅଦିନିଆ ଦୀପାବଳି ପାଳନ ହେଲା। ଅହମଦାବାଦରୁ ବେଙ୍ଗାଲୁରୁ ପ୍ରାୟ ୧୫୦୦ କିଲୋମିଟର ହୋଇଥିଲେ ହେଁ ବିଜୟ ପରର ଖୁସି ହଜାର ହଜାର କିଲୋମିଟରକୁ ବି ଭେଦି ଯାଇଥିଲା ଆଉ ବେଙ୍ଗାଲୁରୁର ଘରେ ଘରେ ଛକ ବଜାରରେ ବାଣ ଫୁଟୁଥିଲା। ରାତି ସାଢେ ୧୧ଟା ପରେ ହିଁ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ।


ଆତସବାଜିରେ ରଙ୍ଗୀନ ହୋଇଥିଲା ଆକାଶ । ଟିମ୍ ଆରସିବି ପାଇଁ ବେଙ୍ଗାଲୁରୁ ଆକାଶରେ ଆସିଥିଲା ଅଦିନିଆ ଦୀପାବଳି । ପୂରା ବେଙ୍ଗାଲୁରୁ ଆରସିବିର ବିଜୟରେ ଖୁସି ମନାଇଥିଲା । କାରଣ ଏ ବିଜୟ ଏମିତି ସେମିତି ବିଜୟ ନଥିଲା । ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ପରେ ବିଜୟର ସ୍ବାଦ ଚାଖିଛି ବେଙ୍ଗାଲୁରୁ ତେଣୁ ବିଜୟକୁ ମନ ଭରି ମନାଇବାକୁ ନା ଖେଳାଳି ନା କ୍ରିୟୁ ସଦସ୍ୟ ନା ପ୍ରଶଂସକ ନା ବି ବେଙ୍ଗାଲୁରୁବାସୀ କେହି ବି ଖୁସିର ମୁହୂର୍ତ୍ତକୁ ପାଳିବାକୁ ହାତ ଛଡା କରି ନାହାନ୍ତି। ଟାଇଟେଲ୍ ଟ୍ରଫି ବିଜୟ ସହ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶେଷରେ ଆଇପିଏଲ ଟ୍ରଫି ହାତେଇଛି ଆରସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଚାମ୍ପିୟନ ହୋଇଛି । ପ୍ରଥମେ ଟସ୍‌ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ପଞ୍ଜାବ। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୯୧ ଟାର୍ଗେଟ୍‌ ଦେଇଥିଲା । ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଫେଲ୍‌ ମାରିଛି ପଞ୍ଜାବ ଦଳ । ଶେଷରେ ବାଜି ମାରିଛି ବେଙ୍ଗାଲୁରୁ ଆଉ ପୂରଣ ହୋଇଛି ବିରାଟ କୋହଲିଙ୍କ ସ୍ୱପ୍ନ ।

Sponsored
bengaluru-celebrates-diwali-after-rcb-lifts-ipl-trophy | Argus News