Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇପିଏଲରେ ଆଜି ବେଙ୍ଗାଲୁରୁ-ହାଇଦ୍ରାବାଦ ମୁକାବିଲା

Sports

ଆଇପିଏଲରେ ଆଜି ବେଙ୍ଗାଲୁରୁ-ହାଇଦ୍ରାବାଦ ମୁକାବିଲା

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲରେ ଆଜି ବେଙ୍ଗାଲୁରୁ-ହାଇଦ୍ରାବାଦ ମୁକାବିଲା

ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ୍‌ର ୩୦ତମ ଲିଗ୍ ମୁକାବିଲାରେ ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାରେ ଶେଷ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜରିଆ ବିଜୟର ବାଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟ ପଟେ ସନ୍‌ରାଇଜର୍ସ ବିଜୟଧାରା ଜାରି ରଖୁବା ନେଇ ପ୍ରସ୍ତୁତ ରହିଛି।

ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଧୋନୀ

ସନ୍‌ରା‌ଇଜର୍ସ ଶେଷ ୨ଟି ଲିଗ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିସ ଓ ପଞ୍ଜାବ କିସକୁ ହରାଇ ଦୃଢ଼ ମନୋବଳରେ ରହିଛି। ସବୁ ବିଭାଗରେ ଦଳ ଭଲ ପ୍ରଦର୍ଶନ କରୁଛି । ଖାସ୍ କରି ବ୍ୟାଟିଂ ବିଭାଗ ଦୃଢ଼ ରହିଛି । ଟ୍ରେଭିସ୍ ହେ ଅଭିଷେକ ଶର୍ମା, ଆଡେନ୍ ମାରକ୍ରମ, କ୍ଲାସେନ୍‌ଙ୍କ ସମେତ ଯୁବ ବ୍ୟାଟିଂ ବିସ୍ମୟ ନିତିଶ କୁମାର ରେଡୀ ଫର୍ମରେ ଅଛନ୍ତି । ସେହିପରି ଯଦି ବେଙ୍ଗାଲୁରୁ କଥା ଚିନ୍ତା କରାଯାଏ ତାହାଲେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବୋଲିଂ ବିଭାଗ ଦୁର୍ବଳ ରହିଛି। ତେବେ ଆର୍ସିବି ମୋଟ ୬ଟି ମ୍ୟାଚରୁ ୧ ଟି ମ୍ୟାଚରେ ଜିତିବାରେ ସଫଳ ହୋଇଛି। ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଫାଫ୍ ବାହୀନି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Bengaluru-Hyderabad | Argus News