Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - Big Breaking: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ବିରାଟ କୋହଲି

Sports

Big Breaking: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ବିରାଟ କୋହଲି

Ritu Das
Browse all articles by Ritu Das
·1 year ago·1 min read
Big Breaking: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ବିରାଟ କୋହଲି

ସବୁ ଚର୍ଚ୍ଚା-ଆଲୋଚନାର ଅନ୍ତ ଘଟିଲା। ଟେଷ୍ଟ ମ୍ୟାଚରୁ ଅବସର ନେଲେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି। କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା, ବର୍ତ୍ତମାନ ବିରାଟଙ୍କ ଅବସର ନେବା କଥା ସାମ୍ନାକୁ ଆସିଛି। ବିରାଟ ଅବସର ନେଉଛନ୍ତି ବୋଲି ଇନଷ୍ଟାଗ୍ରାମରେ ଜଣାଇଛନ୍ତି। ରୋହିତ ଶର୍ମାଙ୍କ ସନ୍ନ୍ୟାସ ଅବସର ନେବାର ଠିକ ୬ ଦିନ ମଧ୍ୟରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଇନଷ୍ଟାରେ ନିଜ ଅବସର ଘୋଷଣା କରିଛନ୍ତି। ୧୪ବର୍ଷର ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ।


ଏହାପୂର୍ବରୁ କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-୨୦ରୁ ନିଜର ଅବସର ଘୋଷଣା କରିଥିଲେ। ବିରାଟ କେବଳ ଦିନିକିଆ ଖେଳିବେ ବୋଲି ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି। ୧୨୩ ଟେଷ୍ଟରୁ ୯,୨୩୦ ରନ କରିଛନ୍ତି । ଏଥିରେ ୩୦ଟି ଶତକ ୩୧ଟି ଅର୍ଦ୍ଧଶତକ ରହିଛି । ଏହାସହ ୭ ଥର ଦ୍ବିଶତକ କରିଛନ୍ତି କିଙ୍ଗ୍ କୋହଲି। ୪୬.୮୫ ଆଭରେଜ ସହ ବିରାଟ ଟେଷ୍ଟରେ ରନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
big-breaking-virat-kohli-announces-retirement-from-test-cricket | Argus News