Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିର ମ୍ୟାଚରେ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ବିଦା ହେଲେ ବୁମରାହ, ଏହି ୩ ଖେଳାଳିଙ୍କୁ ମିଳିଲା ସ୍ଥାନ

Ritu Das
Browse all articles by Ritu Das
·1 year ago·1 min read
ଆଜିର ମ୍ୟାଚରେ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ବିଦା ହେଲେ ବୁମରାହ, ଏହି ୩ ଖେଳାଳିଙ୍କୁ ମିଳିଲା ସ୍ଥାନ

Key Points

ଏଜବାଷ୍ଟନ ମ୍ୟାଚରେ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

ବିଦା ହେଲେ ଯଶପ୍ରିତ ବୁମରାହ

ନୀତିଶ କୁମାର ରେଡ୍ଡୀ, ଆକାଶ ଦୀପ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଦୁଇ ଦଳ ମଧ୍ୟରେ ଏହି ଦ୍ୱିତୀୟ ମ୍ୟାଚ୍ Edgbaston ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ, ଭାରତୀୟ ଦଳର ପ୍ଲେଇଂ ୧୧ରେ ମଧ୍ୟ ତିନୋଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଥିରେ ନୀତିଶ କୁମାର ରେଡ୍ଡୀ, ଆକାଶ ଦୀପ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି।


ସେହି ସମୟରେ, ଆୟୋଜକ ଇଂଲଣ୍ଡ ୨ ଦିନ ପୂର୍ବରୁ ଏହି ମ୍ୟାଚ୍ ପାଇଁ ତା’ର ପ୍ଲେଇଂ ୧୧ ଘୋଷଣା କରିଥିଲା। ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍ ପାଇଁ ଉଭୟ ଦଳର ପ୍ଲେଇଂ ୧୧: ଭାରତ – ଯଶସ୍ୱୀ ଜୟସୱାଲ, କେଏଲ ରାହୁଲ, ଶୁଭମନ ଗିଲ୍ (ଅଧିନାୟକ), ରିଷଭ ପନ୍ତ (ୱିକେଟକିପର), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ନୀତିଶ ରେଡ୍ଡୀ, ଆକାଶ ଦୀପ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ। ଇଂଲଣ୍ଡ- ଜ୍ୟାକ କ୍ରାଲି, ବେନ ଡକେଟ, ଓଲୀ ପୋପ, ଜୋ ରୁଟ, ହେରୀ ବ୍ରୁକ, ବେନ ଷ୍ଟୋକ୍ସ(କ୍ୟାପ୍ଟେନ), ଜାମି ସ୍ମିଥ, କ୍ରିସ ୱକେସ, ବ୍ରାୟଡନ କାର୍ସ, ଜୋଶ ଟଙ୍ଗ, ଶୋଏବ ବଶୀର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-change-in-team-india-in-todays-match-bumrah-out-these-3-players-get-a-place | Argus News