Videos
|
Sports

ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ଦଳ ଛାଡିପାରନ୍ତି ଏହି ଖେଳାଳି

Ritu Das
Browse all articles by Ritu Das
·2 years ago·2 min read
ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ଦଳ ଛାଡିପାରନ୍ତି ଏହି ଖେଳାଳି

ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ବହୁତ ଏକ୍ସାଇଟିଂ ହେବାକୁ ଯାଉଛି। ଏଥର ଅନେକ ଖେଳାଳିଙ୍କ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବଡ଼ ବଡ଼ ଷ୍ଟାର ଖେଳାଳି ଚଳିତ ସିଜନରେ ଦଳ ବଦଳାଇବେ। ବାସ୍ତବରେ ଏଥର ଏକ ମେଗା ନିଲାମ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ସମସ୍ତ ଦଳକୁ କେବଳ ୪-୪ ଖେଳାଳି ରଖିବାକୁ ଅନୁମତି ଦିଆଯିବ। ଅବଶିଷ୍ଟ ସମସ୍ତ ଖେଳାଳିଙ୍କୁ ମୁକ୍ତ କରିବାକୁ ପଡ଼ିବ। ତଥାପି, କିଛି ଖେଳାଳି ମେଗା ନିଲାମ ପୂର୍ବରୁ ମଧ୍ୟଦଳ ପରିବର୍ତ୍ତନ କରିପାରନ୍ତି। ଏହି ସମୟରେ, ଆଇପିଏଲ ୨୦୨୫ ନିଲାମ ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। 

 

ରିପୋର୍ଟ ଅନୁଯାୟୀ, କେ.ଏଲ ରାହୁଲ ଏବଂ ରିଷଭ ପନ୍ତ ନିଜ ନିଜ ଦଳ ଛାଡ଼ିପାରନ୍ତି। ଏହାର ଅର୍ଥ ରାହୁଲ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପନ୍ତ ଦିଲ୍ଲୀ କ୍ୟାପିଟାଲ ଛାଡ଼ିପାରନ୍ତି। ତେବେ ରାହୁଲ ଲକ୍ଷ୍ନୌ ଛାଡ଼ି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ଯାଇପାରନ୍ତି। ରାହୁଲ ଏହାର୍ପୂବରୁ ଆରସିବି ପାଇଁ ମଧ୍ୟ ଖେଳିଛନ୍ତି। 
ତେବେ ଆଉ ଏକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ନିଲାମ ପୂର୍ବରୁ ମୁମ୍ବାଇ ଇରଡିଆନ୍ସକୁ ମଧ୍ୟ ବଡ଼ ଝଟକା ଲାଗିପାରେ। ମୁମ୍ବାଇର ତିନି ମ୍ୟାଚ ଜିତିଥିବା ଖେଳାଳି ଦଳ ଛାଡ଼ିପାରନ୍ତି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ୟାପଟେନ ରୋହିତ ଶର୍ମା, ଷ୍ଟାର ଫାଷ୍ଟ ବୋଲର ଯଶପ୍ରିତ ବୁମରା ଏବଂ ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳ ଛାଡ଼ିପାରନ୍ତି। ରୋହିତ ଯଦି ଆରସିବିକୁ ଯାଆନ୍ତି ମ୍ୟାଚ ତେବେ ଖୁବ ଇଣ୍ଟେରେଷ୍ଟିଙ୍ଗ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାରଣ ରୋହିତ ଏବଂ ବିରାଟଙ୍କ ଯୋଡ଼ିକୁ ଖୁବ ଭଲ ପାଆନ୍ତି। ମୁମ୍ବାଇ ଇଣ୍ଡିଆନ୍ସରେ ଚଳିତ ଥର ରୋହିତଙ୍କ କ୍ୟାପଟେନ୍ସି ଚାଲିଯାଇଥିଲା। ଯେଉଁଥିପାଇଁ ମୁମ୍ବାଇର ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଏଥର କମିଯାଇଥିଲା। ଆଉ ମୁମ୍ବାଇର ପ୍ରଦର୍ଶନ ମଧ୍ୟ ଖୁବ ନିରାଶଜନକ ଥିଲା। ପାଣ୍ଡ୍ୟାଙ୍କ ନେତୃତ୍ବରେ ମୁମ୍ବାଇ ପ୍ରାୟତଃ ସବୁ ମ୍ୟାଚ ହାରିଥିଲା। ତେବେ ରୋହିତ ଯଦି ଆରସିବି ଟିମରେ ଖେଳନ୍ତି ତେବେ ଚଳିତଥର ଆଇପିଏଲ ଟ୍ରଫି ନେଇପାରେ ବୋଲି ସମସ୍ତେ ଆଶାବାଦୀ। ଜୁନ ୨୯ରେ ରୋହିତଙ୍କ ନେତୃତ୍ବରେ ଇଣ୍ଡିଆ ଟିମ ସାଉଥଆଫ୍ରିକାକୁ ପରାସ୍ତ କରି ବିଶ୍ବକପ ଜିତିଥିଲା। ଆଉ ଏବେବି ସେହି ମୁହୂର୍ତ୍ତ ଲୋକଙ୍କ ମନରେ ବେଶ ସତେଜ ରହିଛି। ତେବେ ଏଥର ଆଇପିଏଲ ସତରେ ଏକ୍ସାଇଟିଙ୍ଗ ହେବ। 

ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ୍‌ ଦେଖି ଖୁସି ହେଲେ ପ୍ରଶଂସକ

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ରିଷଭ ପନ୍ତ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗଦେବାର ଖବର ରହିଛି।  ତେବେ ଏପର୍ଯ୍ୟନ୍ତ ଫ୍ରାଞ୍ଚାଇଜ କିମ୍ବା ଏହି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନଙ୍କ ପକ୍ଷରୁ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସ ରିଷଭ ପନ୍ତଙ୍କୁ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିପାରେ। ସେହିଭଳି କେ.ଏଲ ରାହୁଲ ନିଶ୍ଚିତ ଭାବେ ଆରସିବିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଅନ୍ୟପଟେ ଗୁଜରାଟ ଟାଇଟାନ୍ସର କୋଚ ଆଶିଷ ନେହେରା ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ମେଗା ଅକ୍ସନରେ କେଉଁ ଖେଳାଳି କେଉଁ ଦଳକୁ ଯାଉଛନ୍ତି ତାହା ଜଣାପଡ଼ିଯିବ। 
 

Big news about | Argus News