Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାକିସ୍ତାନକୁ ବଡ଼ ଝଟକା,୨୦୨୫ ଏସିଆ କପ ଆୟୋଜନ କରିବ ଭାରତ !

Sports

ପାକିସ୍ତାନକୁ ବଡ଼ ଝଟକା,୨୦୨୫ ଏସିଆ କପ ଆୟୋଜନ କରିବ ଭାରତ !

Sangram Tripathy
Browse all articles by Sangram Tripathy
·1 year ago·1 min read
ପାକିସ୍ତାନକୁ ବଡ଼ ଝଟକା,୨୦୨୫ ଏସିଆ କପ ଆୟୋଜନ କରିବ ଭାରତ !


ଅର୍ଗସ ବ୍ୟୁରୋ:ପାକିସ୍ତାନର ବେଳା ଖରାପ,୨୦୨୫ରେ ଚାମ୍ପିୟନ୍ସ ଟ୍ରଫି ପାକ୍ ଆୟୋଜନ କରୁଥିବାରୁ ଭାରତ ପାକିସ୍ତାନ ଯିବ କି ନାହିଁ,ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନି,ଆଉ ଏହାରି ଭିତରେ ପୁଣି ପାକିସ୍ତାନକୁ ଲାଗିଛି ବଡ଼ ଝଟକା,ହାତରୁ ଖସିଛି ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ। ପାକିସ୍ତାନ ନୁହେଁ ୨୦୨୫ ଏସିଆ କପ ଆୟୋଜନ କରିବ ଭାରତ,ଏସୀୟ କ୍ରିକେଟ ପରିଷଦ ବା ଏସିସି କରିଛି ଘୋଷଣା । ଯାହା ପାକିସ୍ତାନର ହଜାଇଚି ନିଦ। ୩୪ ବର୍ଷ ପରେ ଭାରତ ପୁଣି  ଆୟୋଜନ କରିବ ଏସିଆ କପ । ୧୯୯୦-୯୧ରେ ଭାରତ ଏସିଆ କପ୍ ଆୟୋଜନ କରିଥିଲା।  ବାଂଲାଦେଶ ୨୦୨୭ ଏସିଆ କପ୍ ଆୟୋଜନ କରିବ । ଯାହା ଦିନିକିଆ ଫର୍ମାଟରେ ଖେଳା ଯିବ 


ଏଥିସହିତ ଜାତୀୟ ଗଣମଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୪ରୁ ୨୦୦୭ ପର୍ଯ୍ୟନ୍ତ ଏସିସି ପ୍ରାୟୋଜକ ଅଧିକାର ପାଇଁ ବିଭିନ୍ନ କମ୍ପାନୀକୁ ସେମାନଙ୍କ ଇନଭିଟେସନ ଫର ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ ଦାଖଲ କରିବାକୁ ନିମନ୍ତ୍ରଣ କରାଯାଇଛି । ୨୦୨୩ ପୁରୁଷ ଏସିଆ କପ୍ ହାଇବ୍ରିଡ ମଡେଲ ଅନୁସାରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା, ସେହି ସମୟରେ ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। ତେଣୁ ଶ୍ରୀଲଙ୍କାରେ ଭାରତର ସମସ୍ତ ମ୍ୟାଚ୍ ଖେଳାଯାଇଥିଲା।

 ଏସିଆ କପ୍ ୨୦୨୫ ଏବଂ ୨୦୨୭ ସଂସ୍କରଣ ସମୟରେ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେବେ। ଭାରତ ସହିତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ଦଳ ଏଥିରେ ଅଂଶଗ୍ରହଣ କରିବେ। ଷଷ୍ଠ ଦଳ ଯୋଗ୍ୟତା ଇଭେଣ୍ଟ ମାଧ୍ୟମରେ ନିଷ୍ପତ୍ତି ନିଆଯିବ। ଉଭୟ ଟୁର୍ଣ୍ଣାମେଣ୍ଟରେ ୧୩ ଟି ମ୍ୟାଚ୍ ଖେଳାଯିବ । ଅନେକ ସମୟରେ  ପାକିସ୍ତାନ ଆୟୋଜନ କରୁଥିବା ବଡ଼ ଟୁର୍ଣ୍ଣାମେଣ୍ଟକୁ ଭାରତ ସୁରକ୍ଷା କାରଣରୁ ଯାଉନାହିଁ,ଫଳରେ ଶ୍ରୀଲଙ୍କା-ୟୁଏଇରେ ଭାରତ ମ୍ୟାଚ୍ ଖେଳୁଛି।  ଭାରତରେ ଏସିଆ କପ୍ ଆୟୋଜନ ଏସିସିର ନିଷ୍ପର୍ତ୍ତି ପରେ ବିନ୍ଧୁଛି ପାକିସ୍ତାନର ମୁଣ୍ଡ। କ୍ରିକେଟ୍ ପ୍ରଶଂସକ କହୁଛନ୍ତି ପାକିସ୍ତାନର ବେଳ ଖରାପ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big shock to Pakistan, India will host the 2025 Asia Cup | Argus News