Videos
|
Sports

ବିନେଶ ଫୋଗାଟଙ୍କୁ ବଡ ଝଟକା,ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷିତ

Sangram Tripathy
Browse all articles by Sangram Tripathy
·2 years ago·2 min read
ବିନେଶ ଫୋଗାଟଙ୍କୁ ବଡ ଝଟକା,ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷିତ

ଅର୍ଗସ ବ୍ୟୁରୋ:ସ୍ୱର୍ଣ୍ଣ ଜିତିବେ ସୁନା ଝିଅ,ପ୍ୟାରିସ ଅଲମ୍ପିକ୍ସରେ ରଚିବେ ଇତିହାସ,ଅପେକ୍ଷା ଥିଲା କେଇ ମହୁର୍ତ୍ତକୁ। ମାତ୍ର ରାତିରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ,ମାତ୍ର କେଇଟା ମୁହୁର୍ତ୍ତ ପୂର୍ବରୁ ଏମିତି ଏକ ଖବର ପ୍ୟାରିସ ଅଲମ୍ପିକ୍ସରୁ ଆସିଲା ଯାହା କୋଟିକୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଦେଲା। କହିବାକୁ ଗଲେ ସାମ୍ୟାନ ଓଜନ ବୃଦ୍ଧି ସୁନା ଝିଅ ଭିନେଶ ଫୋଗାଟଙ୍କ ସୁନା ସ୍ବପ୍ନ ଭାଙ୍ଗିଦେଇଛି । 


ଭାରତକୁ ଝଟକା। ଫାଇନାଲ ଖେଳିବେନି ବିନେଶ ଫୋଗାଟ। ଅଲିମ୍ପିକ୍ସରେ ଭାରତ ହାତ ଛଡା କରିଛି ଆଉ ଏକ ନିଶ୍ଚିତ ପଦକ । କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ ଝଟକା । 
ଧାର୍ଯ୍ୟ ଓଜନ ଠାରୁ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଫଳରେ  ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ । ଏଥିଲାଗି ତାଙ୍କୁ ଡିସକ୍ୱାଲିଫାଏ କରାଯାଇଛି । ଧାର୍ଯ୍ୟ ଓଜନ୫୦ କେଜି ଠାରୁ ମାତ୍ର କିଛି ଗ୍ରାମ ଅଧିକ ଓଜନ ବଢିଥିବା କାରଣରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସେ ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଥିଲେ।

ସେମି ଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ୱର୍ଣ୍ଣ ପଦକ ଠାରୁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଥିଲେ ଭିନେଶ । ମାତ୍ର ତାଙ୍କ ଓଜନ ବୃଦ୍ଧି ତାଙ୍କୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ।ଯଦି ଦେଖିବା  କ୍ବାର୍ଟର ଫାଇନାଲରେ ସେ ୟୁକ୍ରେନର ଖେଳାଳି ଓକସାନା ଲିଭାକଙ୍କୁ ୭-୫ବ୍ୟବଧାନରେ ପରାସ୍ତ କରି ସେମିକୁ ଏଣ୍ଟ୍ରି ମାରିଥିଲେ,ପ୍ରି-କ୍ବାର୍ଟରରେ ବିଶ୍ବ ଚାମ୍ପିୟନ ଜାପାନରୟୁଇଙ୍କୁ ୩-୨ ପରାସ୍ତ କରିଥିଲେ।  ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଭାବେ ଦେଶ ପାଇଁ ଅଲମ୍ପିକ୍ସରେ ପଦକ ଜିତି ସଭିଙ୍କ ହୃଦୟ ଜିତିଥାନ୍ତେ। କିନ୍ତୁ ତାହା ଆଉ ସମ୍ଭବ ହେବ ନାହିଁ।

ସାକ୍ଷୀ ୨୦୧୮ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ, ହେଲେ ଭିନେଶ ଦେଶ ପାଇଁ ରୌପ୍ୟ ପଦକ ପକ୍କା କରିସାରିଥିଲେ,ଅପେକ୍ଷାରେ ରହିଥିଲା ସ୍ବର୍ଣ୍ଣ ପଦକକୁ,ମାତ୍ର ସେ ସ୍ବପ୍ନ ଚୁରମାର ହୋଇସରିଛି।ଆଜି ରାତି ୧୧.୨୩ ସମୟରେ ଫାଇନାଲ ମ୍ୟାଚରେ ଆମେରିକାର ସାରା ହିଲଡେବ୍ରାନଡଟଙ୍କୁ ଭେଟିଥାନ୍ତେ ଭାରତର ଷ୍ଟାର ରେସଲର ଭିନେଶ ଫୋଗତ। ସାରା ବିଶ୍ବର ନଜର ମଧ୍ୟ ରହିଥିଲା, କିନ୍ତୁ ଭାରତର ସୁନା ଝିଅ ଭିନେଶଙ୍କ ଅଲମ୍ପିକ୍ସ ସ୍ବପ୍ନ ଅଧାରହିଗଲା,ଏବେ ଖାଲି ହାତରେ ଫେରିବେ ଭାରତୀୟ ରେସଲର,କିନ୍ତୁ ଯେଭଳି ଭାବରେ ସେ ପ୍ୟାରିସ ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଛନ୍ତି,କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: