ବିସିସିଆଇର ବଡ଼ ଅପଡେଟ୍, ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଲେ ଯଶପ୍ରୀତ ବୁମରା

ଯଶପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରୁ ଆନୁଷ୍ଠାନିକ ଭାବେ ବାଦ୍ ପଡ଼ିଛନ୍ତି। ମଙ୍ଗଳବାର ଦିନ ବିସିସିଆଇ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରିଥିବା ବେଳେ ନୂଆ ଦଳ ତାଲିକା ମଧ୍ୟ ପ୍ରକାଶ ପାଇଛି।
ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟି ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଦଳରେ ସାମିଲ କରିଛି। ନିକଟରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ବରୁଣ ରାଜକୋଟରେ ନେଇଥିବା ୫ ୱିକେଟ୍ ସହ ୧୪ଟି ୱିକେଟ୍ ନେଇଥିଲେ। ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ସେ ସିରିଜର ଶ୍ରେଷ୍ଠ ଖେଳାଳି ମଧ୍ୟ ହୋଇଥିଲେ। ବରୁଣଙ୍କୁ ନାଗପୁରରେ ଦିନିକିଆ ଦଳରେ ସାମିଲ କରାଯାଇଛି। ହଠାତ୍ ବୁମରା ଦଳରୁ ବାଦ୍ ପଡ଼ିଥିଲେ।
📱 Get Argus News App
✨ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ବିସିସିଆଇ ଯେତେବେଳେ ଦଳକୁ ଅପଡେଟ୍ କରିଥିଲା, ସେତେବେଳେ ଯଶପ୍ରୀତ ବୁମ୍ରାଙ୍କ ନାମ ସାମିଲ ହୋଇନଥିଲା। ଚୟନକର୍ତ୍ତାମାନେ ପ୍ରଥମେ ୩ଟି ମ୍ୟାଚ୍ ପାଇଁ ୨ଟି ଦଳ ଚୟନ କରିଥିଲେ।ପ୍ରଥମ ଦୁଇଟି ଦିନିକିଆ ପାଇଁ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ରାଣାଙ୍କ ବଦଳରେ ବୁମ୍ରାଙ୍କୁ ତୃତୀୟ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇଥିଲା। ଏବେ ବିସିସିଆଇ ଦ୍ୱାରା ଅପଡେଟ୍ ହୋଇଥିବା ଦଳରେ ହର୍ଷିତ ରାଣାଙ୍କୁ ତିନିଟି ଯାକ ମ୍ୟାଚ୍ ପାଇଁ ଦଳରେ ରଖାଯାଇଥିବା ବେଳେ ବୁମ୍ରାଙ୍କୁ ବାଦ୍ ଦିଆଯାଇଛି।
ଦିନିକିଆ ଶୃଙ୍ଖଳା ପାଇଁ ଚୟନ ହୋଇଥିବା ପୁରୁଣା ଦଳ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ହର୍ଷିତ ରାଣା (ପ୍ରଥମ ଦୁଇ ଦିନିକିଆ ପାଇଁ), ଯଶପ୍ରୀତ ବୁମରା (କେବଳ ତୃତୀୟ ଦିନିକିଆ ପାଇଁ), ମହମ୍ମଦ ସାମି ଓ ଅର୍ଶଦୀପ ସିଂହ।
ଦିନିକିଆ ଶୃଙ୍ଖଳାରେ ଭାରତ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ।