Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - PAK vs NZ: ଚାଲିଥିଲା ମ୍ୟାଚ, ଲିଭିଗଲା ଲାଇଟ୍‌

Sports

PAK vs NZ: ଚାଲିଥିଲା ମ୍ୟାଚ, ଲିଭିଗଲା ଲାଇଟ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
PAK vs NZ: ଚାଲିଥିଲା ମ୍ୟାଚ, ଲିଭିଗଲା ଲାଇଟ୍‌

କ୍ରିକେଟ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବରକୁ ନେଇ ଉଠୁଛି ପଡ଼ୁଛି । କାହିଁକି ଏମିତି ଘଟିଲା । କିଏ ଏଥିପାଇଁ ଦାୟୀ ?

ଷ୍ଟାଡିୟମରେ ଦର୍ଶକଙ୍କର ଥିଲା ଖଚାଖଚ ଭିଡ଼ । ମ୍ୟାଚ୍‌ ଦେଖିବା ପାଇଁ ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ । ବ୍ୟାଟିଂ କରିବାକୁ ବ୍ୟାଟ୍‌ସମ୍ୟାନ୍ ଥିଲେ ପ୍ରସ୍ତୁତ । ଫିଲ୍ଡର ବି ତୟାର । ଅମ୍ପାୟାର ବି ବୋଲିଂ କରିବାକୁ ଦେଇସାରିଥିଲେ ଇଶାରା । ଆଉ ବୋଲର ବି ହାତରୁ ଛାଡ଼ିସାରିଥିଲେ ବଲ୍ ।

ହେଲେ ଏହି ସମୟରେ କିଛି ଏମିତି ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହଠାତ୍‌ ଲିଭିଗଲା ଲାଇଟ୍‌ । ଗୋଟିଏ କି ଦୁଇଟି ନୁହେଁ... ଷ୍ଟାଡିୟମ୍‌ରେ ଲାଗିଥିବା ହଜାର ହଜାର ଲାଇଟ୍‌ ଲିଭିଗଲା । ପୂରା ଷ୍ଟାଡିୟମରେ ଅନ୍ଧାର ଛାଇଗଲା । ସ୍ଥିତି ଏମିତି ଥିଲା ଯେ, କେହି କାହାରି ମୁହଁ ବି ଦେଖିପାରିନଥିଲେ । ଡ୍ରୋନ୍‌ କ୍ୟାମେରାରେ କଏଦ ଥିବା ଦୃଶ୍ୟ ଦେଖିଲେ ଲାଗିବ ସତେ ଯେମିତି ହଠାତ୍‌ ଷ୍ଟାଡିୟମ ଗାୟବ ହୋଇଗଲା । ଆଉ କିଛି ମିନିଟ୍‌ ପରେ ପୁଣି ସ୍ଥିତି ସ୍ୱାଭାବିକ୍ ହେଲା ।

ଲାଇଟ୍‌ ଲିଭିବା ସମୟରେ ପାକିସ୍ତାନର ତୟବ ତାହିର ବ୍ୟାଟିଂ କରୁଥିଲେ । ନ୍ୟୁଜିଲାଣ୍ଡର ଜ୍ୟାକବ୍‌ ଡଫି ବୋଲିଂ କରୁଥିଲେ । ହଠାତ୍‌ ଅନ୍ଧାର ହୋଇଯିବା କାରଣରୁ କ୍ରିଜ୍‌ରୁ ପଛକୁ ଘୁଞ୍ଚି ଯାଇଥିଲେ ତାହିର । ସୌଭାଗ୍ୟବସତଃ କାହାର କୌଣସି କ୍ଷତି ହୋଇନାହିଁ ।

ଶନିବାର ୫ ଏପ୍ରିଲ୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇସ୍ଥିତ ବେ' ଓଭାଲ ଷ୍ଟାଡିୟମରେ । ଏଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ ଖେଳାଯାଉଥିଲା । ଏହି ସିରିଜ୍‌କୁ ନ୍ୟୁଜିଲାଣ୍ଡ ୨-୦ରେ ଜିତିସାରିଥିବା ବେଳେ ପାକିସ୍ତାନ ନିଜର ସମ୍ମାନ ରକ୍ଷା କରିବା ପାଇଁ ତୃତୀୟ ମ୍ୟାଚ୍‌ ଖେଳୁଥିଲା । ହେଲେ ନ୍ୟୁଜିଲାଣ୍ଡ ଟିମ୍‌ ସିରିଜ୍‌କୁ ୩-୦ରେ ପୋଛି ନେଲା । ଏହି ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪୩ ରନ୍‌ରେ ବିଜୟୀ ହୋଇଛି । ବର୍ଷା କାରଣରୁ ମ୍ୟାଚ୍‌ ୫୦ ବଦଳରେ ୪୨ ଓଭର ଖେଳାଯାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Shikhar Das (@Astro__Sunita) April 5, 2025


Sponsored
Bizarre! Floodlights Go Off at Bay Oval in Mount Maunganui During NZ vs PAK 3rd ODI 2025 | Argus News