ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପାୟଲ ଘୋଷ

ଅର୍ଗସ ବ୍ୟୁରୋ: ଅନେକ ସମୟରେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟକର ପୋଷ୍ଟ କରି ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପାୟଲ ଘୋଷ ପୁଣି ଏକ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି। ପାୟଲ କହିଲେ ଭାରତୀୟ କ୍ରିକେଟ ଟିମରେ କିଛି ଖେଳାଳି ମୋ ପ୍ରେମରେ ଉବୁଟୁବୁ ଥିଲେ। କଥାଟା ଶୁଣିଲେ ନିଶ୍ଚିତ ସକ ଲାଗିବ କଥାଟା ଆମେ କହୁନୁ ପାଲ ଘୋଷ ଏହା କହିବା ସହ ଉକ୍ତ ଖେଳାଳିଙ୍କ ସହ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇରଫାନ ପଠାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଇରଫାନଙ୍କ ସହ ତାଙ୍କ ସମ୍ପର୍କ ଥିଲା। ଅଭିନେତ୍ରୀ ଏକ ଟୁଇଟରେ କହିଛନ୍ତି ଯେ, ଇରଫାନ ପଠାନଙ୍କ ସହ ବ୍ରେକଅପ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ମୁଁ ବର୍ଷ ବର୍ଷ ଧରି କାମ କରିପାରିଲି ନାହିଁ। ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ ୨୦୨୩ ସମୟରେ ପାୟଲ ଘୋଷ ଇଣ୍ଡିଆ ଟିମର ଦ୍ରୂତତମ ବୋଲର ମହମ୍ମଦ ଶାମିଙ୍କୁ ପ୍ରସ୍ତାବ ଦେଇଥିଲେ। ଶାମିଙ୍କ ପ୍ରଦର୍ଶନରେ ପାୟଲ ପୁରା ଫିଦା ହୋଇଯାଇଥିଲେ ଆଉ ତାଙ୍କୁ ମ୍ୟାରେଜ କରିବାକୁ ପ୍ରୋପୋଜାଲ ଦେଇଥିଲେ।
ପାୟଲ ଇରଫାନଙ୍କ ସହ ଏକ ଥ୍ରୋ ବ୍ୟାକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଆମେ ଦୁହେଁ ରିଲେଶିନସିପରେ ଥିଲୁ। ୫ବର୍ଷ ଆମେ ଦୁହେଁ ଦୁହିଁଙ୍କୁ ଡେଟ କରିବାପରେ ଆମ ରାସ୍ତା ଅଲଗା ହୋଇଥିଲା। ପାୟଲ କିଛି ତାମିଲ ଏବଂ ହିନ୍ଦୀ ମୁଭିରେ ନଜର ଆସିଛନ୍ତି। ପାୟଲ ଆଉ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମୁଁ ଇରଫାନଙ୍କ ସହ ରିଲେଶନସିପରେ ଥିଲି ସେତେବେଳେ ମୋତେ ଗୌତମ ଗମ୍ଭୀର ବାରମ୍ବାର ମିସ କରୁଥିଲେ। ଆଉ ବାରମ୍ବାର ମିସଡକଲ ଦେଉଥିଲେ। ଇରଫାନ ଏହା ଭଲ ଭାବେ ଜାଣିଥିଲେ କାରଣ ମୋର ସମସ୍ତ କଲ ରେକର୍ଡ ସେ ସବୁବେଳେ ଯାଞ୍ଚ କରୁଥିଲେ।
ଆଉ ଏକଥା ଇରଫାନ ମଧ୍ୟ ଜାଣିଥିଲେ। ଖାଲି ଗୌତମ ଗମ୍ଭୀର ନୁହେଁ ମୋ ପଛରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ପଡ଼ିଥିଲେ। କିନ୍ତୁ ମୁଁ କେବଳ ଇରଫାନଙ୍କୁ ହିଁ ଭଲ ପାଉଥିଲି। ତା'ପରେ ମୁଁ ମୋ ଜୀବନରେ ଆଉ କାହାକୁ ଭଲ ପାଇନି। ଅକ୍ଷୟ କିନ୍ତୁ ମୋତେ କେବେ ଖରାପ ବ୍ୟବହାର କରି ନାହାନ୍ତି। ମୋ ହୃଦୟରେ ତାଙ୍କ ପାଇଁ ବହୁତ ସମ୍ମାନ ଅଛି ଆଉ ରହିବ। କହିବାକୁ ଗଲେ ଇଣ୍ଡିଆ ଟିମରେ ଖେଳାଳି ମାନେ ସତରେ ବଲିଉଡ ଅଭିନେତ୍ରୀଙ୍କ ପଛରେ ଦିଓ୍ବାନା। ପ୍ରାୟତଃ ଖେଳାଳିଙ୍କ ସହ ବଲିଉଡ ଅଭିନେତ୍ରୀଙ୍କ ସହ ଲଭ ଆଫେୟାର୍ସ ନାଁ ଉଠିଛି। କିନ୍ତୁ ଟିମର କିଛି ଷ୍ଟାର ପ୍ଲେୟାର ବଲିଉଡର ଅଭିନେତ୍ରୀଙ୍କୁ ବିବାହ କରି ଖୁସିରେ ମଧ୍ୟ ଅଛନ୍ତି। ବିରାଟଙ୍କ କଥା କୁହନ୍ତୁ କି ରାହୁଲ କି ୟୁବରାଜଙ୍କ କଥା କୁହନ୍ତୁ ସମସ୍ତେ ନିଜ ପତ୍ନୀଙ୍କ ସହ ଖୁସିରେ ଅଛନ୍ତି। ତେବେ ପାୟଲଙ୍କ କଥା କେତେଦୂର ସତ ତାହା ଏଯାଏ ଜଣାପଡ଼ିନି। କାରଣ ଏନେଇ ଇରଫାନ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର