Cricket / ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ପ୍ରଥମଥର; କମାଲ୍ କଲେ ନ୍ୟୁଜିଲାଣ୍ଡର ବୋଲର୍
·4 months ago·2 min read

Key Points
ବ୍ରେଟ ରାଣ୍ଡେଲ ଫାର୍ଷ୍ଟ-କ୍ଲାସ୍ ମ୍ୟାଚ୍ରେ ୫ ବଲ୍ରେ ୫ ୱିକେଟ୍ ନେଇଥିବା ପ୍ରଥମ କ୍ରିକେଟର । ଆୟରଲାଣ୍ଡର ଅନ୍ତର୍ଜାତୀୟ ଖେଳାଳି କର୍ଟିସ କ୍ୟାମ୍ପର ଗତବର୍ଷ ଏକ ଘରୋଇ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ସମାନ ସଫଳତା ଦୋହରାଇ ଥିଲେ ।
ନୂଆଦିଲ୍ଲୀ: କ୍ରିକେଟ୍ ମୈଦାନରେ ଆପଣ ହ୍ୟାଟ୍ରିକ ତ ବହୁତ ଦେଖିଥିବେ । ୬ ବଲ୍ରେ ୬ଟି ଛକା ବି ଦେଖିଥିବେ । କିନ୍ତୁ କେବେ ଦେଖିଛନ୍ତି କି ୫ଟି ବଲ୍ରେ ୫ଟି ୱିକେଟ୍ ଖସିବା ? ଏମିତି ବହୁତ କମ୍ ହୁଏ । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଅନେକଥର ୪ ବଲ୍ରେ ୪ ୱିକେଟ୍ ନେଇଛନ୍ତି । ଆଉ ଏବେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ଏବେ ତା'ଠୁ ବଡ଼ କମାଲ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଫାଇନାଲ୍ ପୂର୍ବରୁ ପ୍ଲେଇଂ-୧୧ ଉପରେ ବଡ଼ ବିତର୍କ, ଅଭିଷେକଙ୍କୁ ବାଦ ଦେବାକୁ ଗାଭାସ୍କରଙ୍କ ପରାମର୍ଶ
ନ୍ୟୁଜିଲାଣ୍ଡର ବ୍ରେଟ ରାଣ୍ଡେଲ ପ୍ରଥମ ଶ୍ରେଣୀ କ୍ରିକେଟର ୨୫୪ ବର୍ଷର ଇତିହାସରେ ପ୍ରଥମ ବୋଲର୍ ଭାବେ ୫ ବଲ୍ରେ ୫ଟି ୱିକେଟ୍ ହାତେଇଛନ୍ତି । ରବିବାର ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ୍ସ ପକ୍ଷରୁ ନେପିୟରରେ ପ୍ଲଙ୍କେଟ ଶିଲ୍ଡ ମ୍ୟାଚ୍ର ଦ୍ଵିତୀୟ ଦିନରେ ନର୍ଦର୍ଣ୍ଣ ଡିଷ୍ଟ୍ରିକ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଏହି ସଫଳତା ପାଇଛନ୍ତି । ବ୍ରେଟ୍ ୨୫ ରନ୍ ଦେଇ ୭ ୱିକେଟ ଅକ୍ତିଆର୍ କରିଛନ୍ତି ।
ବ୍ରେଟ ରାଣ୍ଡେଲ ଫାର୍ଷ୍ଟ-କ୍ଲାସ୍ ମ୍ୟାଚ୍ରେ ୫ ବଲ୍ରେ ୫ ୱିକେଟ୍ ନେଇଥିବା ପ୍ରଥମ କ୍ରିକେଟର । ଆୟରଲାଣ୍ଡର ଅନ୍ତର୍ଜାତୀୟ ଖେଳାଳି କର୍ଟିସ କ୍ୟାମ୍ପର ଗତବର୍ଷ ଏକ ଘରୋଇ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ସମାନ ସଫଳତା ଦୋହରାଇ ଥିଲେ । ସେହିଭଳି ଜିମ୍ବାୱେର କେଲିସ ନଧଲୋବୁ ୨୦୨୪ରେ ଏକ ଘରୋଇ ଅଣ୍ଡର-୧୯ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ୫ ବଲ୍ରେ ୫ଟି ୱିକେଟ୍ ନେଇଥିଲେ ।
ଏଥିସହ ପଢ଼ନ୍ତୁ: ଆଜି ଫାଇନାଲ୍ ଟକ୍କର; କେମିତି ରହିବ ଅହମ୍ମଦାବାଦ ପିଚ୍, ହେବ କି ରନ୍ ବର୍ଷା ?
ନ୍ୟୁଜିଲାଣ୍ଡର ବ୍ରେଟ ରାଣ୍ଡେଲ ତାଙ୍କ ଦ୍ଵିତୀୟ ଓଭରର ଶେଷ ବଲ୍ରେ ହନରି କୁପରଙ୍କୁ ଆଉଟ୍ କରିଥିଲେ । ଏହାପର ଓଭରର ପ୍ରଥମ ବଲ୍ରେ ରାଣ୍ଡେଲ ନେଇଥିଲେ ଜିଟ୍ ରାଭାଲଙ୍କ ୱିକେଟ । ପରବର୍ତ୍ତୀ ବଲ୍ରେ ଜୋ କାର୍ଟର ଆଉଟ୍ ହୋଇଥିଲେ । ଏହାପରେ ରବର୍ଟ, କର୍ଟିସ୍ଙ୍କ ୱିକେଟ୍ ଖସିଥିଲା । ପଞ୍ଚମ ସଫଳତା ଭାବେ କ୍ରିଷ୍ଟିଆନ୍ କ୍ଲାର୍କେଙ୍କୁ ଆଉଟି କରିଥିଲେ ରାଣ୍ଡେଲ । ଏଭଳି ଭାବେ ରାଣ୍ଡରେ ୮ଟି ବଲ୍ରେ ପ୍ରଥମ ବୋଲର୍ ଭାବେ ୬ଟି ୱିକେଟ୍ ନେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories