ଡେବ୍ୟୁ ଅଲମ୍ପିକ୍ସରେ ଅମନଙ୍କୁ ବ୍ରୋଞ୍ଜ ପଦକ

ଅର୍ଗସ ବ୍ୟୁରୋ:ପଦାର୍ପଣ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ୍ ଜିତି,ରେକର୍ଡ କରିଛନ୍ତି ଭାରତୀୟ ଯୁବ ରେସଲର ଅମନ ସେହରାୱତ। ଅଲମ୍ପିକ୍ସରେ ମେଡାଲ ଜିତିବାରେ ଅମନ ହେଉଛନ୍ତି ସପ୍ତମ ଭାରତୀୟ ରେସଲର୍। ଅନ୍ୟପଟେ ସର୍ବକନିଷ୍ଠ ଭାରତୀୟ ଭାବେ ୨୧ବର୍ଷ ୨୪ ଦିନରେ ମେଡାଲ ଜିତି ସଫଳତା ଅର୍ଜନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି,କଠିନ ପରିଶ୍ରମ ଓ ସାଧନାର ମୂଲ୍ୟ ପାଇଛନ୍ତି ଅମନ,ଆଜି ତାଙ୍କ ସଫଳତା ପାଇଁ ସାରା ଦେଶ ବିଜୟର ଖୁସି ମନାଉଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।
୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂରେ ଅମନ ପୁଏର୍ତ୍ତୋରିକୋର ଡାରିଆନ୍ କ୍ରୁଜଙ୍କୁ ୧୩-୧୫ପରାସ୍ତ କରି ଭାରତକୁ ଷଷ୍ଠ ପଦକ ଭେଟିଦେଇଥିଲେ। ସେମିଫାଇନାଲରେ ଜାପାନ ପ୍ରତିଯୋଗୀଙ୍କଠୁ ୦-୧୦ରେ ପରାସ୍ତ ହୋଇଥିଲ ଅମନ ସେରାୱତ। କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଆଣିଛନ୍ତି ଗୌରବ । ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ଅଲମ୍ପିକ୍ସରେ ଭାରତ ୬ଟି ପଦକ ଜିତିଛି। ଯେଉଁଥିରେ ୫ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ସାମିଲ ହୋଇଛି।
ଭାରତର ଷ୍ଟାର ରେସଲର ସୁଶୀଲ କୁମାରଙ୍କ ଠାରୁ ପ୍ରେରଣା ପାଇଁ ଅମନ ରେସଲିଂରେ କ୍ୟାରିୟର ଗଢିବାକୁ ନିଷ୍ପର୍ତ୍ତି ନେଇଥିଲେ,ପିଲାଟି ଦିନରୁ ବାପା ମାଙ୍କୁ ହରାଇଥିବାବେଳେ ନିଜେ ଭାଙ୍ଗିନପଡି ଆଗକୁ ବଢିଥିଲେ,ତାଙ୍କର ନିଷ୍ଠା ତାଙ୍କୁ ଆଜି ସଫଳତା ଆଣିଦେଇଛି। ସେ ନିଜର ପଦକ ଦେଶବାସୀଙ୍ର ସମେତ ନିଜ ପିତାମାତଙ୍କୁ ସର୍ମପିତ କରିଛନ୍ତି। ଭାରତୀୟ କୁସ୍ତି ଯୋଦ୍ଧାମାନେ ଲଗାତାର ୫ମ ଅଲମ୍ପିକ୍ସ ପଦକ ଜିତିବାରେସକ୍ଷମ ହୋଇଛନ୍ତି। କୁସ୍ତିର ଅମନଙ୍କୁ ଭାରତର ଆଗାମୀ ଭବିଷ୍ୟତ ବୋଲି କୁହାଯାଉଛି। ପ୍ୟାରିସ ଅଲମ୍ପିକ୍ସ ତାଙ୍କ ଦମଦାର ପ୍ରଦର୍ଶନ ଫଳରେ ସେ ସଭିଙ୍କ ମନ ଜିତିଛନ୍ତି । ସଭିଏଁ କହୁଛନ୍ତି ସାବାସ ଅମନ