ବୁମରା ଦେଲେ ବଡ଼ ବିଜୟ: ଇଂଲଣ୍ଡ ୧୦୬ ରନ୍ରେ ହାରିଲା ଶୃଙ୍ଖଳା ୧-୧
·2 years ago·1 min read

ଅର୍ଗସ ବ୍ୟୁରୋ: ବିଶାଖାପାଟଣା ଟେଷ୍ଟରେ ଭାରତ ବଡ଼ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୨୯୨ ରନରେ ଅଲଆଉଟ କରି ୧୦୬ ରନରେ ଦ୍ବିତୀୟ ଟେଷ୍ଟ ଜିତିବା ସହ ୫ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିଛି। ସେହିଭଳି ହାଇଦ୍ରାବାଦରେ ଯେଉଁ ଅପ୍ରତ୍ୟାଶିତ ପରାଜୟ ବରଣ କରିଥିଲା ତା’ର ମଧୁର ପ୍ରତିଶୋଧ ନେଇ ରାଜକୋଟ (ଫେବୃଆରି ୧୫-୧୯)ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ବିଜୟ ଧାରାକୁ ଫେରିଛି।
ତା’ ସହିତ ଆତ୍ମବିଶ୍ବାସକୁ ମଧ୍ୟ ଉଚ୍ଚ କରିପାରିଛି। ସ୍ପିନରଙ୍କୁ ସୁହାଉଥିବା ପିଚ୍ରେ ନିଜ ଅତୁଳନୀୟ ସୁଇଂ ଦକ୍ଷତାର ପରିଚୟ ଦେଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା (୬/୪୫, ୩/୪୬) ଭାରତକୁ ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଛନ୍ତି। ସେଥିପାଇଁ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁଭମନ ଗିଲଙ୍କୁ ପଛରେ ପକାଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: