Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିଶ୍ୱକପରେ ପ୍ରଥମ ବଲ୍ ରେ ୱିକେଟ୍ ନେବାରେ ସଫଳ ହେଲେ ବୁମରା

Smruti Parija
Browse all articles by Smruti Parija
·2 years ago·1 min read
ବିଶ୍ୱକପରେ ପ୍ରଥମ ବଲ୍ ରେ ୱିକେଟ୍ ନେବାରେ ସଫଳ ହେଲେ ବୁମରା

Key Points

  • 48 ବର୍ଷ ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା
  • ବିଶ୍ୱକପରେ ପ୍ରଥମ ବଲ୍ ରେ ୱିକେଟ୍ ନେବାରେ ସଫଳ ହେଲେ ବୁମରା

ଅର୍ଗସ ବ୍ୟୁରୋ: ଦିନିକିଆ କ୍ରିକେଟ୍ ଇତିହାସରେ 48 ବର୍ଷ ପରେ ରେକର୍ଡ । କୌଣସି ବିଶ୍ୱକପ୍ ମ୍ୟାଚ୍ ରେ ପ୍ରଥମ ବଲ୍ ରେ ୱିକେଟ୍ ନେବାରେ ସଫଳ ହୋଇଥିଲେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ ରା । ଶ୍ରୀଲଙ୍କା ବ୍ୟାଟର୍ ପଥୁମ୍ ନିଶଙ୍କାଙ୍କୁ ଏଲବିଡବ୍ଲୁ କରି ସେ ଏହି ବିରଳ ସଫଳତା ହାସଲ କରିଛନ୍ତି । ଷ୍ଟମ୍ପ୍ ରୁ ଷ୍ଟମ୍ପ୍ କୁ ଯାଉଥିବା ବୁମରାଙ୍କ ଲକ୍ଷ୍ୟଭେଦୀ ବଲ୍ ନିଶଙ୍କାଙ୍କ ପ୍ୟାଡ୍ ରେ ବାଜିବା କ୍ଷଣି ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ । ହେଲେ ନିଶଙ୍କା ତୁରନ୍ତ ଏହାର ରିଭ୍ୟୁ ନେଇଥିଲେ । ରିଭ୍ୟୁରୁ ସେ ଆଉଟ୍ ହୋଇଥିବା ସ୍ପଷ୍ଟ ହେବା ପରେ କ୍ରିଜ୍ ଛାଡିଥିଲେ । 

ଶ୍ରୀଲଙ୍କାକୁ ୫୫ରେ ଅଲଆଉଟ୍‌ କଲା ଭାରତ, ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା

ଦ୍ୱିତୀୟ ଓଭର୍ ରେ ମହମ୍ମଦ ସିରାଜଙ୍କ ବଲ୍ ରେ ଦିମୁଥ ମଧ୍ୟ ସମାନ ଭାବେ ଏଲବିଡବ୍ଲ୍ୟୁ ହୋଇଥିଲେ । ସେ ମଧ୍ୟ ଅମ୍ପୟାରଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ । ହେଲେ ବଞ୍ଚି ପାରିନଥିଲେ । ଶ୍ରୀଲଙ୍କା ଗୁରୁବାର ଦୁଇ ଓଭର ଭିତରେ ଦୁଇଟି ରିଭ୍ୟୁ ନେଇଥିଲା । ଦୁଇଟି ୱିକେଟ୍ ହରାଇବାରୁ କିନ୍ତୁ ବର୍ତ୍ତି ପାରିନଥିଲା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶ୍ୱକପ୍ 33ତମ ମ୍ୟାଚ୍ ରେ ଶ୍ରୀଲଙ୍କା ଶୋଚନୀୟ ପରାଜୟ ବରଣ କରିଛି । ଲଜ୍ଜାଜନକ ଭାବେ ଭାରତଠାରୁ 302 ରନ୍ ର ବୃହତ ବ୍ୟବଧାନରେ ପରାସ୍ତ ହୋଇଛି । ଆଉ ଏହାର ପ୍ରମୁଖ କାରଣ ଭାରତୀୟ ବୋଲରଙ୍କ ତୋଫାନି ବୋଲିଂ । 

Sponsored
Bumrah managed to take a wicket in the first ball of the World Cup | Argus News