Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିବାକୁ ନେଇ ଏମିତି କହିଦେଲେ ବୁମ୍‌ରା: ବଢୁଛି ଚର୍ଚ୍ଚା

Sports

ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିବାକୁ ନେଇ ଏମିତି କହିଦେଲେ ବୁମ୍‌ରା: ବଢୁଛି ଚର୍ଚ୍ଚା

Ritu Das
Browse all articles by Ritu Das
·1 year ago·1 min read
ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିବାକୁ ନେଇ ଏମିତି କହିଦେଲେ ବୁମ୍‌ରା: ବଢୁଛି ଚର୍ଚ୍ଚା

ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ଆରମ୍ଭ ହୋଇଛି। ଭାରତୀୟ ଦଳରୁ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜସପ୍ରୀତ ବୁମ୍‌ରା ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଅଛନ୍ତି। ତାଙ୍କ ଅଧୀନରେ ଭାରତ ବର୍ଡର-ଗାଭାସ୍କର ସିରିଜରେ ୨୯୫ ରନ୍‌ରେ ପର୍ଥ ଟେଷ୍ଟ ଜିତିଥିଲା। ରୋହିତଙ୍କୁ ବାଦ୍‌ ଦିଆଯିବା ପ୍ରସଙ୍ଗରେ ଯଶପ୍ରିତ ବୁମ୍‌ରା ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି। ସିଡନୀ ଟେଷ୍ଟରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।


ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ର ଇତିହାସ ଦର୍ଶାଏ ଯେ, ଏଠାରେ ପ୍ରଥମେ ବ୍ୟାଟିଂ କରିବା ଭଲ। ଟସ ସମୟରେ ଯଶପ୍ରିତ ବୁମ୍‌ରା ରୋହିତ ଶର୍ମାଙ୍କ ବିଷୟରେ କହିଛନ୍ତି,ପରାଜୟରୁ ଆମେ ଏକ ଶିକ୍ଷା ପାଇଛୁ, ଏହି ମ୍ୟାଚରେ ଆମେ ଭଲ କରିବାକୁ ଚାହୁଁଛୁ। ଆମର ଅଧିନାୟକ ରୋହିତ ଶର୍ମା ନେତୃତ୍ୱ ପ୍ରଦର୍ଶନ କରିଛନ୍ତି ଏବଂ ଏହି ମ୍ୟାଚରୁ ବିଶ୍ରାମ ନେଇଛନ୍ତି। ଦଳ ଭିତରେ କେତେ ଏକତା ଅଛି ତାହା ଏହା ଦର୍ଶାଏ। ଏଠାରେ ଅହଙ୍କାର ଭଳି କୌଣସି ଜିନିଷ ନାହିଁ। ଯାହା ଦଳର ସ୍ବାର୍ଥରେ ଅଛି, ଆମେ ମଧ୍ୟ ତାହା କରିବାକୁ ଚେଷ୍ଟା କରିବୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରୋହିତ ଶର୍ମାଙ୍କ ଡ୍ରପ ଯୋଗୁ କେ.ଏଲ୍‌ ରାହୁଲ ସିଡନୀ ଟେଷ୍ଟରେ ଇନିଂସ ଓପନ୍‌ କରିଛନ୍ତି। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଶୁଭମାନ ଗିଲ ଫେରିଛନ୍ତି। ରୋହିତ ଶର୍ମା ହିଁ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ କହିଥିଲେ, ସେ ସିଡନୀ ଟେଷ୍ଟରୁ ବିରତି ନେଉଛନ୍ତି।

Argus Whatsapp Channel Mobile Top
Sponsored
-bumrah-said-this-about-rohit-sharmas-exclusion-from-the-team-the-discussion-is-growing | Argus News