Videos
|
Sports

USA ନସାଓରେ ବୁମରା-ସଞ୍ଜନାଙ୍କ ରୋଚକ ପ୍ରେମ କାହାଣୀ

Ritu Das
Browse all articles by Ritu Das
·2 years ago·2 min read
USA ନସାଓରେ ବୁମରା-ସଞ୍ଜନାଙ୍କ ରୋଚକ ପ୍ରେମ କାହାଣୀ

ଅର୍ଗସ ବ୍ୟୁରୋ: ଭାରତର ସ୍ପିଡ ଷ୍ଟାର ବୁମ ବୁମ ବୁମରା। ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ହୋସ ଉଡ଼େ ପାକିସ୍ତାନ, ଅଷ୍ଟ୍ରେଲିଆ ଭଳି ଟିମ୍‌ର। ନିଜର ଜବରଦସ୍ତ ବୋଲିଂରେ ପାକିସ୍ତାନ ବିପକ୍ଷରେ ଭାରତକୁ ଜୁନ ୯ ତାରିଖରେ ହୋଇଥିବା ମ୍ୟାଚରେ ବିଜୟ ଭେଟିଦେଇଥିଲେ। ତାଙ୍କୁ ମିଳିଥିଲା ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର। ଆଉ ଏହାରି ଭିତରେ ମ୍ୟାଚ ପରେ ବୁମରା ତାଙ୍କ ପତ୍ନୀ ସଞ୍ଜନା ଗଣେଶନଙ୍କୁ ଏକ ଇଣ୍ଟରଭ୍ୟୁ ଦେଇଥିଲେ। ସଞ୍ଜନା ବୁମ୍‌ରାଙ୍କୁ ତାଙ୍କ ଅସାଧାରଣ ପ୍ରଦର୍ଶନ ଲାଗି ଅଭିନନ୍ଦନ ଜଣାଇବା ସହ ‌ବୋଲିଂ କଲା ବେଳେ କ・ଣ ଭାବୁଥିଲେ ବୋଲି ପ୍ରଶ୍ନ ପଚାରି ଥିଲେ। ଉତ୍ତରରେ ବୁମ୍‌ରା କହିଥିଲେ, ମୁଁ ସବୁବେଳେ ସମସ୍ୟାର କିଭଳି ସମାଧାନ କରିହେବ, ସେ କଥା ଚିନ୍ତା କରୁଥାଏ। ପ୍ରତିପକ୍ଷ କଥା ଆଦୌ ଭାବେନି। 

ଏହା ପରେ ବୁମରା କହିଥିଲେ ଯେ ମୁଁ ତୁମକୁ ଅଧଘଣ୍ଟା ପରେ ଭେଟୁଛି। ସଞ୍ଜନା ତୁରନ୍ତ କହିଥିଲେ କ・ଣ ରାତ୍ରିଭୋଜନ ପାଇଁ ମନେପକାଉଥିଲ। ଦୁଇଜଣଙ୍କ ଭିତରେ ବାର୍ତ୍ତାଳାପକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରିଛନ୍ତି କ୍ରିକେଟ ପ୍ରଶଂସକ। ତେବେ ସଞ୍ଜନା ଗଣେଶନ ହେଉଛନ୍ତି ଜଣେ କ୍ରୀଡ଼ା ଉପସ୍ଥାପିକା ସେ  ଟି-୨୦ ବିଶ୍ବକପ ୨୦୨୪ରେ ଆଇସିସି ସହିତ କାମ କରୁଛନ୍ତି। 

ମ୍ୟାଚର ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ ନ ଥାନ୍ତା ତେବେ ପାକିସ୍ତାନ ଟି-୨୦ ବିଶ୍ବକପ ୨୦୨୪ରେ ସହଜରେ ଭାରତକୁ ପରାସ୍ତ କରିଥାଆନ୍ତା। ଏହି ଚମତ୍କାର ବୋଲିଂ ପରେ ବୁମରାଙ୍କୁ ପୁରସ୍କାର ଦିଆଯାଇଥିଲା। 

ବୁମରା ପାକିସ୍ତାନ ବିପକ୍ଷ ୪ ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଓ୍ବିକେଟ ନେବାରେ ସଫଳ ହୋଇଥିଲେ। ବୁମରା ବାବର ଆଜମ, ଅହମ୍ମଦ ରିଜଓ୍ବାନ ଏବଂ ଇଫତିଖର ଅହମ୍ମଦଙ୍କ ଓ୍ବିକେଟ ନେଇଥିଲେ। ମ୍ୟାଚ ପରେ ସଞ୍ଜନା ତାଙ୍କ ପ୍ରଦର୍ଶନ, ରିଜଓ୍ବାନଙ୍କ ଓ୍ବିକେଟ ଏବଂ ଟିମ ଇଣ୍ଡିଆର ବୋଲିଂ ବିଷୟରେ ଇଣ୍ଟରଭ୍ୟୁରେ ମଧ୍ୟ ବୁମରାଙ୍କୁ ପ୍ରଶ୍ନ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର