Videos
|
Sports

୪୯.୧ ଓଭର୍ ବାକି ଥାଇ ଦିନିକିଆ ମ୍ୟାଚ୍ ଜିତିଗଲା ଟିମ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
୪୯.୧ ଓଭର୍ ବାକି ଥାଇ ଦିନିକିଆ ମ୍ୟାଚ୍ ଜିତିଗଲା ଟିମ୍

Key Points

ଏକ ଦିନିକିଆ ମ୍ୟାଚ୍ ମାତ୍ର ୫ଟି ବଲ୍‌ରେ ସରି ଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୫୦ ଓଭର୍ ମ୍ୟାଚକୁ ମାତ୍ର ୫ଟି ବଲ୍‌ରେ ଜିତି ନେଇଛି ଏକ ଦଳ ।

କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ । କେତେବେଳେ କିଏ ଜିତିବ ଆଉ କିଏ ହାରିବ ? ତାହା କହିବା ମୁସ୍କିଲ୍ । କିନ୍ତୁ କ୍ରିଜ୍‌ରେ ଏମିତି କିଛି ଘଟିଛି ଯାହାକୁ ନେଇ ସମଗ୍ର କ୍ରିକେଟ ଜଗତ ଆଶ୍ଚର୍ଯ୍ୟ । ଏକ ଦିନିକିଆ ମ୍ୟାଚ୍ ମାତ୍ର ୫ଟି ବଲ୍‌ରେ ସରି ଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୫୦ ଓଭର୍ ମ୍ୟାଚକୁ ମାତ୍ର ୫ଟି ବଲ୍‌ରେ ଜିତି ନେଇଛି ଏକ ଦଳ । ଆପଣ ବି ଭାବୁଛନ୍ତି ନା ଏହା କେମିତି ସମ୍ଭବ ?


ଆଜ୍ଞା ହଁ, ଏମିତି ଘଟିଛ ଆଇସିସି ପୁରୁଷ ଅଣ୍ଡର-୧୯ ବିଶ୍ୱକପ୍ ଆମେରିକା କ୍ୱାଲିଫାୟର୍ସର ଏକ ମ୍ୟାଚରେ । ଯେଉଁଠି କାନାଡ଼ାର ୧୯ ବର୍ଷରୁ କମ୍ ପୁରୁଷ ଦଳ ଆର୍ଜେଣ୍ଟିନାକୁ ୫୦ ଓଭର ବିଶିଷ୍ଟ ମ୍ୟାଚରେ ମାତ୍ର ୫ ରନ୍‌ରେ ହରାଇ ଦେଇଛି । ଆଉ ଏହି ରୋମାଞ୍ଚକର ମ୍ୟାଚ୍ ପୂରା କ୍ରିକେଟ ଦୁନିଆର ଧ୍ୟାନ ଆକର୍ଷଣ କରିଛି ।


ସୂଚନା ଅନୁସାରେ, ଏହି ମ୍ୟାଚରେ ଆର୍ଜେଣ୍ଟିନା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆର୍ଜେଣ୍ଟିନାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ଥିଲା । କାନାଡ଼ାର ଘାତକ ବୋଲିଂ ଆଗରେ ଅସହାୟ ହୋଇ ପଡ଼ିଥିଲା ଆର୍ଜେଣ୍ଟିନା । ୧୯.୪ ଓଭର ପର୍ଯ୍ୟନ୍ତ ଆର୍ଜେଣ୍ଟିନା ସଂଘର୍ଷ କରି ସମସ୍ତ ୱିକେଟ୍ ହାତେଇଥିଲା ମାତ୍ର ୨୩ ରନ୍ । ମ୍ୟାଚରେ ଆର୍ଜେଣ୍ଟିନା ଦଳ ମାତ୍ର ଗୋଟିଏ ଚଉକା ଓ ଗୋଟିଏ ଛକା ମାରିଥିଲା । ୭ ଜଣ ଖେଳାଳି କୌଣସି ରନ୍ ନ କରି ଆଉଟ୍ ହୋଇଥିବା ବେଳେ ଜଣେ ବି ଖେଳାଳି ୨ ଅଙ୍କ ସ୍କୋର୍ କରି ପାରି ନଥିଲେ ।


ଆଉ ୨୪ ରନର ସାମାନ୍ୟ ଲକ୍ଷ୍ୟକୁ କାନାଡ଼ା ଟିମ୍ ମାତ୍ର ୫ଟି ବଲ୍‌ରେ ହାସଲ କରି ନେଇଥିଲା । ୧୯ ବର୍ଷରୁ କମ୍ କାନାଡ଼ା ଦଳ ପାଇଁ ଖେଳୁଥିବା ଯୁବରାଜ ସାମରା ୪ଟି ବଲ୍‌ରେ ୨ଟି ଚୌକା ଓ ୨ଟି ଛକ୍କା ମାରିଥିଲେ । ଆର୍ଜେଣ୍ଟିନା ଦଳ ଅତିରିକ୍ତ ୩ ରନ୍ ପ୍ରଥମ ଓଭରରେ ଦେଇଥିଲା । କାନାଡ଼ାର ଓପନର ଧର୍ମ ପଟେଲ ପ୍ରଥମ ବଲରେ ଏକ ରନ୍ କରିଥିଲେ । ଏହିଭଳି ଭାବେ କାନାଡ଼ା ମାତ୍ର ୫ଟି ବଲ୍‌ରେ ୨୪ ରନ୍ ହାସଲ କରି ମ୍ୟାଚ୍ ଜିତି ନେବା ସହ ସମସ୍ତଙ୍କୁ ଚକିତ କରି ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Canada U-19 Beats Argentina in Just 5 Balls in ICC Qualifier- Argus News | Argus News