Videos
|
Sports

୩୦ ଲକ୍ଷ ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ

Ritu Das
Browse all articles by Ritu Das
·2 years ago·1 min read
୩୦ ଲକ୍ଷ ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ

ଅର୍ଗସ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଚଳିତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ରିଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ସୂଚନା ଅନୁଯାୟୀ, ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ର ଉଲ୍ଲଙ୍ଘନ କରିଛନ୍ତି ରିଷଭ ।

ରାଜସ୍ଥାନ ବିପକ୍ଷ ମ୍ୟାଚରେ ବୋଲିଂ କରିବାକୁ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିଲା ଦିଲ୍ଲୀ । ଚଳିତ ସିଜିନରେ ତୃତୀୟ ଥର ପାଇଁ ସ୍ଲୋ ବୋଲିଂ କରିଥିଲା ଦିଲ୍ଲୀ । ଯେଉଁଥିପାଇଁ ଦଳର ଅଧିନାୟକଙ୍କ ଉପରେ ନିଆଯାଇଛି ଆକ୍ସନ । ବର୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ପଂଚମ ସ୍ଥାନରେ ରହିଥିବା ବେଳେ ଦମଦାର ଫର୍ମରେ ଥିବା ରିଷଭ ଗୋଟିଏ ମ୍ୟାଚରୁ ସସପେଣ୍ଡ ହେବା ଦଳ ପାଇଁ ବଡ ଝଟକା ହୋଇଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Captain Rishav | Argus News