Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର

Sports

T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର

Ritu Das
Browse all articles by Ritu Das
·1 year ago·2 min read
T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର

ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଏହି ମ୍ୟାଚରେ ବିଜୟ ଭେଟି ଦେଇଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚରେ ବିଜୟୀ ହେବା ସହ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି କ୍ୟାପଟେନ ସୂର୍ଯ୍ୟ। ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ନାମରେ ଏକ ବିଶାଳ ରେକର୍ଡ ସାମିଲ ହୋଇଛି । ଏହି ମ୍ୟାଚରେ ମାତ୍ର ୧୪ଟି ବଲରୁ ୨ଟି ଚୌକା ଏବଂ ୩ଟି ଛକା ମାରିଥିବା ସୂର୍ଯ୍ୟକୁମାର ୨୦୭.୧୪ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥିଲେ । ଏହାସହିତ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କୁ ପଛରେ ପକାଇ ଏହି ମହାରେକର୍ଡ ନିଜ ନାମରେ କରିଛନ୍ତି ସୂର୍ଯ୍ୟକୁମାର ।

ଗ୍ୱାଲିୟରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୩ଟି ଛକା ମାରିବା ସହ ସୂର୍ଯ୍ୟକୁମାରଙ୍କ ନାମରେ ଏକ ବଡ଼ ରେକର୍ଡ ସାମିଲ ହୋଇଛି । ବର୍ତ୍ତମାନ ସୁଦ୍ଧା ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହି ମ୍ୟାଚ ପରେ ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ଛକା ସଂଖ୍ୟା ୧୩୯ରେ ପହଞ୍ଚିଛି । ଏହାସହିତ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଜୋସ୍ ବଟଲରଙ୍କୁ ପଛରେ ପକାଇ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ବଟଲର ବର୍ତ୍ତମାନ ସୁଦ୍ଧା ମୋଟ ୧୩୭ଟି ଛକା ମାରିବାରେ ସଫଳ ହୋଇଛନ୍ତି।

ଟି-୨୦ କ୍ରିକେଟ ଇତିହାସରେ ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତର ପୂର୍ବତନ ଅଧିନାୟକ(ଟି-୨୦) ରୋହିତ ଶର୍ମା।  ରୋହିତ ନିଜ ଟି-୨୦ କ୍ୟାରିୟରରେ ୨୦୫ଟି ଛକା ମାରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨୦୦ଟି ଛକା ମାରିବାରେ ସଫଳ ହୋଇନାହାନ୍ତି । ତେବେ ଟି-୨୦ ବିଶ୍ୱକପ ୨୦୨୪ରେ ଚମ୍ପିଆନ୍ ହେବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ରୋହିତଙ୍କ ପରେ ୧୭୩ ଛକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମାର୍ଟିନ ଗପ୍ଟିଲ । ତେବେ ତୃତୀୟ ସ୍ଥାନରେ ୧୪୪ ଛକା ସହନିକୋଲାସ ପୁରନ୍ ଥିବା ବେଳେ ଚତୁର୍ଥ ଏବଂ ପଞ୍ଚମରେ ସୂର୍ଯ୍ୟକୁମାର ଏବଂ ବଟଲର ସ୍ଥାନ ପାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Captain Surya Kumar | Argus News