Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭିନେଶଙ୍କ ମାମଲାକୁ ଖାରଜ କଲା ସିଏଏସ: ରୌପ୍ୟ ପଦକ ପାଇବେ ନାହିଁ ଫୋଗଟ

Ritu Das
Browse all articles by Ritu Das
·1 year ago
ଭିନେଶଙ୍କ ମାମଲାକୁ ଖାରଜ କଲା ସିଏଏସ: ରୌପ୍ୟ ପଦକ ପାଇବେ ନାହିଁ ଫୋଗଟ

ଅର୍ଗସ ବ୍ୟୁରୋ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ । ଫାଇନାଲ ମ୍ୟାଚ୍ ଦିନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ରହୁଥିବା ଜଣାପଡ଼ିବା ପରେ ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ବିବେଚିତ ହୋଇଥିଲେ । 

ମାମଲାର ଶୁଣାଣି କରୁଥିବା ‘କାସ୍‌’ର ଜଣିକିଆ ଅସ୍ଥାୟୀ ଖଣ୍ଡପୀଠ ବୁଧବାର ରାତିରେ ଧାଡ଼ିକିଆ ବିଜ୍ଞପ୍ତି ଜାରି କରି ଭିନେଶ ଫୋଗଟ ଅଗଷ୍ଟ ୭, ୨୦୨୪ରେ ଦାଖଲ କରିଥିବା ଆବଦନ ଖାରଜ କରାଗଲା ବୋଲି କହିଛନ୍ତି। ଯାହାଫଳରେ ଭିନେଶଙ୍କ ସହ କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି। ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସରୁ ରୌପ୍ୟ ପଦକ ନେଇ ଫେରିବେ ବୋଲି ସେମାନେ ଯେଉଁ ଆଶା ରଖିଥିଲେ, ତାହା ମଧ୍ୟ ମଉଳି ଯାଇଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CAS dismisses | Argus News