Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସମସ୍ତଙ୍କ ସାମ୍ନାରେ ପୋଲ୍‌ ଖୋଲିଲେ ଚହଲ, କହିଲେ ବୈବାହିକ ଜୀବନ ଏମିତି ଥିଲା

Ritu Das
Browse all articles by Ritu Das
·1 year ago·1 min read
ସମସ୍ତଙ୍କ ସାମ୍ନାରେ ପୋଲ୍‌ ଖୋଲିଲେ ଚହଲ, କହିଲେ ବୈବାହିକ ଜୀବନ ଏମିତି ଥିଲା

ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଆଜିକାଲି ସବୁଠି ଚର୍ଚ୍ଚାରେ। ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଏବଂ ମାମଲା କୋର୍ଟରେ ଅଛି। ଏହି ସବୁ ଖବର ମଧ୍ୟରେ, ଦୁହିଁଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ କ୍ରିକେଟର ଜଣଙ୍କ କହୁଥିବାର ଦେଖାଯାଉଛି ଯେ ତାଙ୍କ ପତ୍ନୀ ପ୍ରତ୍ୟେକ ଝଗଡ଼ା ପରେ ହୀରା ମାଗନ୍ତି। ଏହି ଭିଡିଓଟି ଝଲକ ଦିଖଲା ଜା ସିଜନ ୧୧’ର। ଧନଶ୍ରୀ ବର୍ମା ଏହି ନୃତ୍ୟ ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ବାମୀ-କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲ ତାଙ୍କୁ ଉତ୍ସାହିତ କରିବା ପାଇଁ ଶୋ’କୁ ଆସିଥିଲେ।


ଶୋ’ର ଏକ ଖେଳ ସମୟରେ, ଋତ୍ୱିକ ଧନଜାନି ଏବଂ ଗୌହର ଖାନ ଦମ୍ପତିଙ୍କୁ ଏକ ଖେଳରେ ଅଂଶଗ୍ରହଣ କରିବାକୁ ମଞ୍ଚକୁ ଡାକିଥିଲେ, ଯେଉଁଥିରେ ସେମାନଙ୍କୁ ପାଳି କରି ଏକ ପ୍ଲାକାର୍ଡ ଉଠାଇ ୧୦ ସେକେଣ୍ଡ ମଧ୍ୟରେ ସେଥିରେ ଲେଖାଯାଇଥିବା ରହସ୍ୟମୟ ଶବ୍ଦକୁ ଚିହ୍ନଟ କରିବାକୁ କୁହାଯାଇଥିଲା। ଯେତେବେଳେ ଧନଶ୍ରୀଙ୍କ ପାଳି ଆସିଲା, ତାଙ୍କ ପ୍ଲାକାର୍ଡରେ‘ହୀରା’ ଲେଖାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖେଳ ସମୟରେ, ଯେତେବେଳେ ଧନଶ୍ରୀ ଚହଲଙ୍କୁ ଏକ ଶବ୍ଦ ପାଇଁ ସଙ୍କେତ ମାଗିଲେ, ସେ କହିଲେ, ତୁମେ ସବୁବେଳେ ଯାହା ମାଗୁଛ। ଧନଶ୍ରୀ ପଚାରିଲେ, କଣ?। ଏହାର ଉତ୍ତରରେ, ୟୁଜଭେନ୍ଦ୍ର କହିଥିଲେ ପ୍ରତ୍ୟେକ ଲଢ଼େଇ ପରେ ତୁମେ ଏହା ମାଗ। ବୋଲି ପ୍ଲାକାର୍ଡ ଦେଖାଇ କହିଲେ। କ୍ରିକେଟରଙ୍କ କଥା ଶୁଣି ଧନଶ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ସ୍ପଷ୍ଟୀକରଣ ଦେଇ କହିଲେ ଯେ ସେ କେବେ ହୀରା ମାଗନ୍ତି ନାହିଁ। କହିରଖୁଛୁ ଯେ, ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲଙ୍କ ପ୍ରେମ କାହାଣୀ ୨୦୨୦ରେ କରୋନା ଲକଡାଉନ ସମୟରେ ଆରମ୍ଭ ହୋଇଥିଲା। ଡିସେମ୍ବର ୨୦୨୦ରେ ଏହି ଦମ୍ପତି ବହୁତ ଧୁମ୍‌ଧାମରେ ବିବାହ କରିଥିଲେ ଏବଂ ସେମାନେ ସେମାନଙ୍କ ବିବାହର ଭିଡିଓ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରିଥିଲେ।

Sponsored
Chahal opened up to everyone and said that married life was like this | Argus News