Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସିଏସକେ ବିପକ୍ଷରେ ଚହଲ ନେଲେ ହାଟ୍ରିକ ଓ୍ବିକେଟ: ଭାବୁକ ହେଲେ ଚହଲଙ୍କ ବାନ୍ଧବୀ

Ritu Das
Browse all articles by Ritu Das
·1 year ago·1 min read
ସିଏସକେ ବିପକ୍ଷରେ ଚହଲ ନେଲେ ହାଟ୍ରିକ ଓ୍ବିକେଟ: ଭାବୁକ ହେଲେ ଚହଲଙ୍କ ବାନ୍ଧବୀ

ଏବେ ଚାଲିଛି ଆଇପିଏଲ ଋତୁ। ଗତକାଲି ଥିଲା ଏକ ପାଓ୍ବାରପ୍ୟାକ ମ୍ୟାଚ। ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଛି ପଞ୍ଜାବ କିଙ୍ଗସ । ଶ୍ରେୟସ ଆୟର ଏବଂ ପ୍ରଭସିମରନଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗସ ୨ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ୧୯୧ ଟାର୍ଗେଟ୍ ଜବାବରେ ପଞ୍ଜାବ ୧୯.୪ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଆଇପିଏଲ୍ ୨୦୨୫ରେ ଚେନ୍ନାଇର ଏହା ଅଷ୍ଟମ ପରାଜୟ ହୋଇଥିବା ବେଳେ ପଞ୍ଜାବ ଷଷ୍ଠ ମ୍ୟାଚ୍‌ରେ ବିଜୟୀ ହୋଇଛି । ଏବେ ସବୁଠି ଚର୍ଚ୍ଚାରେ। ଚହଲ ଏବଂ ଆରଜେ ମହେଶ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ବୋଲି ସବୁଠି ଲୋକ ଟୁପୁର ଟାପର ହେଉଛନ୍ତି। କାରଣ ଦୁହିଁଙ୍କୁ ସବୁଠି ଏକାଠି ଦେଖିବାକୁ ମିଳୁଛି।


ଚହଲଙ୍କ ମ୍ୟାଚରେ ତାଙ୍କୁ ଚିୟର ଅପ କରିବାକୁ ମଧ୍ୟ ମହେଶ ସବୁବେଳେ ଉପସ୍ଥିତ ରହୁଛନ୍ତି। ୟୁଜବେନ୍ଦ୍ର ଚହଲ ଗତକାଲି ମ୍ୟାଚରେ ଚହଲ ହାଟ୍ରିକ ଓ୍ବିକେଟ ନେଇଛନ୍ତି। ଚହଲ ଚେନ୍ନାଇ ବିପକ୍ଷରେ ହାଟ୍ରିକ ଓ୍ବିକେଟ ନେଇଥିବାରୁ ଟିମ ଆଉ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଖୁସିର ମାହୋଲ। କ୍ରିକେଟରଙ୍କ ଏଭଳି ଖୁସିର ମୁହୂର୍ତ୍ତକୁ ଆରଜେ ମହେଶ ଭଲ ଭାବେ ସେଲିବ୍ରେଟ କରିଛନ୍ତି। ଯାହା ଏବେ ସବୁଠି ଭାଇରାଲ ହେବାରେ ଲାଗିଛି। ମ୍ୟାଚ ସରିବା ପରେ ବୁଧବାର ମହେଶ ଇନଷ୍ଟାରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ମହେଶ ଲେଖିଛନ୍ତି ଯେ, ଗଡ ମୋଡ ଅନ। ଆପଣଙ୍କ ଭିତରେ ଜଣେ ଯୋଦ୍ଧା ଲୁଚିରହିଛି। କ୍ରିକେଟର ଚହଲଙ୍କର କିଛି ଦିନ ତଳେ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ଛାଡ଼ପତ୍ର ହୋଇଛି। ୨୦୨୦ ମସିହାରେ ଦୁହେଁ ଖୁବ ଧୁମଧାମରେ ବିବାହ କରିଥିଲେ। ୨୦୨୫ ମସିହାରେ ଉଭୟଙ୍କ ବିବାହ ଭାଙ୍ଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chahal-takes-hat-trick-against-csk-chahals-friend-gets-emotional | Argus News