Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Champions Trophy: ୧୭୯ ରନ୍‌ରେ ଅଲଆଉଟ୍ ଇଂଲଣ୍ଡ, ଭାଙ୍ଗି ଗଲା ଆଫଗାନିସ୍ତାନର ସେମି ସ୍ଵପ୍ନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
Champions Trophy: ୧୭୯ ରନ୍‌ରେ ଅଲଆଉଟ୍ ଇଂଲଣ୍ଡ, ଭାଙ୍ଗି ଗଲା ଆଫଗାନିସ୍ତାନର ସେମି ସ୍ଵପ୍ନ

ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ର ୪ ସେମିଫାଇନାଲିଷ୍ଟ ସ୍ଥିର ହୋଇଛନ୍ତି । ନ୍ୟୁଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ ପରେ ଏବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା । ସେମିରେ ଦକ୍ଷିଣ ଆଫ୍ରିକା ଏଣ୍ଟ୍ରି ସହ ଆଫଗାନିସ୍ତାନର ଆଶା ଧୂଳିସାତ୍ ହୋଇଛି । ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ବଡ଼ ବିଜୟ ହାସଲ କରି ଥାଆନ୍ତା ତା ହେଲେ ଆଫଗାନିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇ ଥାଆନ୍ତା ।

କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଇଂଲଣ୍ଡ ମାତ୍ର ୧୭୯ ରନ୍‌ରେ ଅଲଆଉଟ୍ ହୋଇ ଯାଇଛି । ତେବେ ସେମିଫାଇନାଲ୍ ମୁକାବିଲାରେ କେଉଁ ଦଳ କାହାକୁ ଭେଟିବ ତାହା ମାର୍ଚ୍ଚ ୨ (ରବିବାର) ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲା ପରେ ଜଣା ପଡ଼ିବ । ଗ୍ରୁପ-ଏରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିକୁ ଯାଇଥିବା ବେଳେ ଗ୍ରୁପ୍-ବିରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମି ଖେଳିବେ ।

ଆଜିର ମ୍ୟାଚ୍ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅତି କମ୍‌ରେ ୨୦୭ ରନ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ଆଫଗାନିସ୍ତାନ ସେମିକୁ ଯାଇଥାଆନ୍ତା । କାରଣ ଏମିତି ହୋଇଥିଲେ ଆଫଗାନିସ୍ତାନର ରନ୍ ରେଟ୍ ଠାରୁ ଦକ୍ଷିଣ ଆଫ୍ରିକାର ରନ୍ ରେଟ୍ କମ୍ ହୋଇ ଥାଆନ୍ତା । କିନ୍ତୁ କରାଚିରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ପାରିନି ।

ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ଏରେ ଭାରତ, ନ୍ୟୁଜିଲାଣ୍ଡ, ବାଂଲାଦେଶ ଓ ପାକିସ୍ତାନ ଅଛନ୍ତି । ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ୍ ଜିତିଥିବା ବେଳେ ରନ୍ ରେଟ୍ ୦.୮୬୩ ରହିଛି । ସେହିଭଳି ୨ଟି ମ୍ୟାଚ୍ ଜିତି ଦ୍ଵିତୀୟ ସ୍ଥାନରେ ଥିବା ଭାରତର ରନ୍ ରେଟ୍ ୦.୬୪୭ ରହିଛି । ତେବେ ଉଭୟ ଦଳ ମଧ୍ୟରେ ମାର୍ଚ୍ଚ ୨ର ମ୍ୟାଚ୍ ପରେ ହିଁ ଜଣା ପଡ଼ିବ କିଏ ପ୍ରଥମ ସ୍ଥାନରେ ରହିବ ।

ସେହିଭଳି ଗ୍ରୁପ୍‌-ବିରେ ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ ଟପ୍‌ରେ ଥିବା ବେଳେ ଆଜି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡକୁ ହରାଇଲେ ଟପ୍‌କୁ ଆସିଯିବ । ଏବେ ଦ୍ଵିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champions Trophy-2025 South Africa In Semi Final | Argus News