Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍: ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାତେଇବ ଭାରତ ?

Sports

ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍: ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାତେଇବ ଭାରତ ?

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍: ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାତେଇବ ଭାରତ ?

ସୁପର ସନଡେରେ ସୁପର ମ୍ୟାଚ୍ । ଆଜି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳିବ ଭାରତ । ଆଉ ବିପକ୍ଷରେ ରହିଛି ଟିମ୍ ନ୍ୟୁଜିଲାଣ୍ଡ । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏକମାତ୍ର ଦଳ ଭାବେ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ରଖିଛନ୍ତି ।


ସେପଟେ ଭାରତ ଓ ନ୍ୟୁଜିଲାଣ୍ଡ ୨୫ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ମୁହାଁମୁହିଁ ହେବେ । ଭାରତ ପଞ୍ଚମ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଖେଳି ଯଥାକ୍ରମେ ତୃତୀୟ ଓ ଦ୍ଵିତୀୟ ଥର ଲାଗି ବିଜେତା ହେବାକୁ ପ୍ରୟାସ କରିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଭାରତ ଗତ ୧୪ଟି ଆଇସିସି ଇଭେଣ୍ଟରୁ ୧୨ ଥର ନକ୍‌ଆଉଟ୍ ପର୍ଯ୍ୟାୟକୁ ଯାଇ ୩ ଥର ଜିତିଛି । ନ୍ୟୁଜିଲାଣ୍ଡ ଗତ ୧୪ଟି ଆଇସିସି ଇଭେଣ୍ଟରୁ ୮ଟିରେ ନକ୍‌ଆଉଟ୍ ପର୍ଯ୍ୟାୟକୁ ଯାଇ ମାତ୍ର ଗୋଟିଏରେ ବିଜୟୀ ହୋଇଛି । ଆଇସିସିର ସବୁ ପ୍ରକାର ପ୍ରତିଯୋଗିତାରେ ଭାରତ ତାର ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ଢେର୍‌ ଆଗରେ ରହି ଆସିଛି । ଏହିକ୍ରମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଜୟ-ପରାଜୟ ରେକର୍ଡ ୧୦-୬ ରହିଛି ।


ଭାରତ ଓ ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ପ୍ରଥମ ଓ ଶେଷ ଥର ପାଇଁ ଲଢ଼ିଥିଲେ । ଏହା ପରଠାରୁ ଭାରତ ଆଉ ତିନି ଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିଥିଲା । ସେହିଭଳି ନ୍ୟୁଜିଲାଣ୍ଡ ମଧ୍ୟ ୨୦୦୯ରେ ଶେଷ ଥର ପାଇଁ ଫାଇନାଲ୍ ଖେଳି ଉପବିଜେତା ହୋ‌ଇଥିଲା। ହେଲେ ଉଭୟ ଦଳ କେବେ ବି ଆଉ ଫାଇନାଲ୍‌ରେ ସାମ୍ନାସାମ୍ନି ‌ହୋଇନାହାନ୍ତି ।

Sponsored
Champions Trophy Final: India Vs New Zealand Who Will Won | Argus News