୪୪ ରନ୍ରେ ହାରିଲା ନ୍ୟୁଜିଲାଣ୍ଡ, ପ୍ରଥମ ସେମିରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍କୁ ଭାରତ ୪୪ ରନ୍ରେ ଜିତି ନେଇଛି । ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ଭାରତ । ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ୨ଟି ମ୍ୟାଚ୍ ଜିତି ସେମି ଫାଇନାଲ୍କୁ ଯାଇଥିଲା । ଆସନ୍ତା ୪ ତାରିଖରେ ପ୍ରଥମ ସେମି ଫାଇନାଲ୍ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଭେଟିବ ।
ଦୁବାଇରେ ଖେଳା ଯାଇଥିବା ଆଜିର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କର ନିର୍ଦ୍ଧାରିତ ୫୦ ଓଭରରେ ୨୪୯ ରନ୍ କରିଥିଲା । ୨୫୦ ରନ୍ର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୫ ରନ୍ କରିବାରେ ସକ୍ଷମ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍କୁ ଭାରତ ୪୪ ରନ୍ରେ ଜିତି ନେବା ସହ ସେମି ପୂର୍ବରୁ ଆହୁରି ଦୃଢ଼ ହୋଇଛି ରୋହିତ ବାହିନୀର ମନୋବଳ ।
Varun Chakravarthy leads the charge with the ball as India register a dominant win to remain unbeaten at the #ChampionsTrophy 🔥#NZvIND ✍️: https://t.co/F2UBD2cv49 pic.twitter.com/dimjQeDAUz
— ICC (@ICC) March 2, 2025
📱 Get Argus News App
✨ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ପ୍ରଥମରୁ ଝଟ୍କା ଲାଗିଥିଲା । ୬.୪ ଓଭରରେ ଦଳୀୟ ସ୍କୋର ମାତ୍ର ୩୦ ରନ୍ ହୋଇଥିବା ୩ଟି ୱିକେଟ୍ ହରାଇଥିଲା ଭାରତ । ପ୍ରଥମେ ଶୁବମନ ଗିଲ, ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ୨, ୧୫ ଓ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଭାରତର ବ୍ୟାଟିଂକୁ ସମ୍ଭାଳିଥିଲେ ଶ୍ରେୟସ ଆୟର ଓ ଅକ୍ଷର ପଟେଲ । ଶ୍ରେୟସ ସର୍ବାଧିକ ୭୯ ରନ୍ ଓ ଅକ୍ଷର ୪୨ ରନ୍ର ପାଳି ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଯୋଡ଼ିଥିଲେ ୪୫ ରନ୍ ।
ସେହିଭଳି ଇଂଲଣ୍ଡ ପକ୍ଷରୁ ମାଟ୍ଟ ହେନରି ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ । ଇଂଲଣ୍ଜର କନେ ୱିଲିଅମସନ୍ ସର୍ବାଧିକ ୮୧ ରନ୍ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ସଫଳତା ପାଇଛନ୍ତି ।
ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ଏରେ ଭାରତ, ନ୍ୟୁଜିଲାଣ୍ଡ, ବାଂଲାଦେଶ ଓ ପାକିସ୍ତାନ ରହିଥିଲେ । ଲଗାତାର ତୃତୀୟ ବିଜୟ ସହ ଭାରତ ଗ୍ରୁପ୍-ଏର ପଏଣ୍ଟ ଟେବୁଲ୍ର ଶୀର୍ଷକୁ ଆସିବା ୬ ପଏଣ୍ଟ ପାଇଛି । ସେହିଭଳି ୨ଟି ମ୍ୟାଚ୍ ଜିତିଥିବା ଇଂଲଣ୍ଡ ଦ୍ଵିତୀୟରେ ଥିବା ବେଳେ ମିଳିଛି ୪ ପଏଣ୍ଟ । ପ୍ରଥମ ସେମି ଫାଇନାଲ୍ରେ ଭାରତକୁ ଅଷ୍ଟ୍ରେଲିଆ ଭେଟିବାକୁ ଥିବାବେଳେ ଦ୍ଵିତୀୟ ସେମି ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ନ୍ୟୁଜିଲାଣ୍ଡ ।