ଚାମ୍ପିୟନ୍ସ ଟ୍ରଫି,ଭାରତ ଯିବ ତ ପାକିସ୍ତାନ!

ଅର୍ଗସ ବ୍ୟୁରୋ:ଚାମ୍ପିୟନ୍ସ ଟ୍ରଫି,ପାକିସ୍ତାନରେ ହେବ କି ନାହିଁ,ଆୟୋଜକ ରହିବ ତ ପାକ୍,ଯଦି ହଁ କେବେ ସ୍ପଷ୍ଟ ହେବ,ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବତ ପାକିସ୍ତାନ। ନା ହାଇବ୍ରିଡ୍ ମଡେଲରେ ଖେଳାଯିବ ମ୍ୟାଚ୍। କେବେ ଆସିବ ସ୍ପଷ୍ଟ ଚିତ୍ର,କେବେ ଦୂର ହେବ ସସପେନ୍ସ,ପାକିସ୍ତାନର ହଁ ଭାରତର ନାଁ,ଆଉ ଏହି ହଁ ନାଁ ଭିତରେ ଆଜିର ଆଲୋଚନାକୁ ଆଗକୁ ବଢାଇବା। ୨୦୨୫ରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି। ତେବେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ବିଭିନ୍ନ ରାଷ୍ଟ୍ର। ବିଭିନ୍ନ ରାଷ୍ଟ୍ରର ସୁରକ୍ଷାଦୃଷ୍ଟି କୋଣରୁ ଏହାର ଆୟୋଜକ ରହିବ ତ ପାକିସ୍ତାନ,ତାହା ଏଯାଏ ମଧ୍ୟ ସ୍ପଷ୍ଟ ହୋଇପାରୁନି। ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ବିଭିନ୍ନ ଦେଶ ଅମଙ୍ଗ ହେଉଛନ୍ତି। ଆଉ ଏହାରି ଭିତରେ ଆଇସିସି ଅଧିକାରୀ ପାକିସ୍ତାନ ଯିବେ ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତିର ଯାଞ୍ଚ କରିବେ।ମ୍ୟାଚ୍ ଏବଂ ଭେନ୍ୟୁ ଅଭ୍ୟାସ କରିବା ପାଇଁ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ସହ ଜଡ଼ିତ ଅନେକ ବିଷୟର ଯାଞ୍ଚ କରିବେ । ପାକିସ୍ତାନରେ ଟିକେଟ ବିକ୍ରିକୁ ନେଇ ଉପଜୁଥିବା ସମସ୍ୟାଏବଂ ମୁଖ୍ୟତ ସୁରକ୍ଷାର ଦିଗକୁ ଗୁରୁତ୍ବ ଦେବେ ଆଇସିସି ଅଧିକାରୀ । ଆମେ କହିପାରିବେ ସଭିଙ୍କୁ ଘାରିଛି ସୁରକ୍ଷା ଡ଼ର।
ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଗୁଡିକ ତିନୋଟି ଷ୍ଟାଡିୟମ କରାଚି, ରାୱଲପିଣ୍ଡି ଏବଂ ଲାହୋରରେ ଖେଳାଯିବାର ଅଛି। ତେଣୁ ଆଇସିସି ଅଧିକାରୀଙ୍କ ରିପୋର୍ଟ ଆଧାରରେ ସ୍ପଷ୍ଟ ହେବ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ, କି ନାହିଁ। କିନ୍ତୁ ଏହାରି ଭିତରେ କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ର ଆଶା ରହିଛି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ।ପିସିବିର ଅଧ୍ୟକ୍ଷ ମୋହସିନ ଖାନ୍ ନକୱି ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ଦାବି କରିଛନ୍ତି,ସେ ଦାବି ହେଉଛି ପାକିସ୍ତାନରେ ଖେଳିଯିବ ଚାମ୍ପିଅନ୍ସ ଟ୍ରଫି । ଏନେଇ ଜୟ ଶାହଙ୍କ ସହ କଥା ହୋଇଥିବା ମଧ୍ୟ କହିଛନ୍ତି ପିସିବି ମୁଖ୍ୟ। ସେ ଆହୁରୀ ମଧ୍ୟ କହିଛନ୍ତି ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଆମର ଚିନ୍ତା ନାହିଁ ବୋଲି କହିଛନ୍ତି । ଜୟ ଶାହଙ୍କ ଉପରେ ମଧ୍ୟ ଏ ନିଷ୍ପତ୍ତି ରହୁଛି ଭାରତ ପାକିସ୍ତାନ ଯିବ କି ନାହିଁ ଜଣାପଡ଼ିବ । ଯଦି ଦେଖିବା ୨୦୨୨ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରିଦେବାରୁ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା।ପାକ୍ ଚାହୁଁଛି ଭାରତ ସବୁ ମ୍ୟାଚ୍ ଲାହୋରରେ ଖେଳୁ ବୋଲି ।ତେବେ ପାକିସ୍ତାନ ବାହାରେ ମଧ୍ୟ କିଛି ମ୍ୟାଚ ଆୟୋଜିତ ହେବ ତେବେ ହାଇବ୍ରିଡ ମଡେଲ ଅଧୀନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ବୋଲି ଚର୍ଚ୍ଚା ହେଉଛି,ତେବେ ଏହି ଚର୍ଚ୍ଚାରେ କେବେ ପୂର୍ଣ୍ଣଛେଦ ପଡିବ,ଆଇସିସି ଅଧିକାରୀ ପାକିସ୍ଥାନରୁ ଫେରିଲେ ତାଙ୍କ ରିପୋର୍ଟ ଆଧାରରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ରହିବ ନା ନାହିଁ ମଧ୍ୟ ତାହା ସ୍ପଷ୍ଟ ହେବ,ଜୟ ଶାହଙ୍କ ନିଷ୍ପର୍ତ୍ତି ଉପରେ ମଧ୍ୟ ସାରା ବିଶ୍ବର ନଜର