Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ!

Sangram Tripathy
Browse all articles by Sangram Tripathy
·1 year ago·2 min read
ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ!

ଅର୍ଗସ ବ୍ୟୁରୋ: ୨୦୨୫ରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି,ଏନେଇ ପ୍ରସ୍ତୁତି ଜାରି ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ଏହି ଇଭେଣ୍ଟରେ ଟିମ ଇଣ୍ଡିଆର ଉପସ୍ଥିତିକୁ ନେଇ ଏବେ ସୃଷ୍ଟିହୋଇଛି ପ୍ରଶ୍ନବାଚୀ। ଭାରତ ଯିବ ତ ପାକିସ୍ତାନ,ଏନେଇ ଏବେବି ଦ୍ୱନ୍ଦ୍ୱରେ ରହିଛି ପାକ୍ । କେହି କେହି କହିଲେଣି ଗୁମୁରି କାନ୍ଦୁଛି ପାକିସ୍ତାନ। ଏହାର କାରଣ ଚର୍ଚ୍ଚା ହେଉଛି ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ। ଅନ୍ୟପଟେ ଯେବେ ଠୁ ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ପରେ ପାକିସ୍ତାନ ଉପରେ ହସୁଥିବାବେଳେ ଭିତରେ କାନ୍ଦୁଛି।

୨୦୨୪ଡିସେମ୍ବର୧ରେ ଦାୟିତ୍ବ ଗ୍ରହଣ କରିବେ ଶାହ,ତାଙ୍କ ନିଷ୍ପର୍ତ୍ତି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନଥିବା ବେଳେ ଏସୀୟା କମ୍ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି ।୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୧୯ ଫେ.୯ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ତାକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଛି । ଏହାଭିତରେ ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି ।ଚାମ୍ପିୟନ୍ସ ଟ୍ରଫି -୨୦୨୫ ଟୁର୍ଣ୍ଣାମେଣ୍ଟ ପିସିବି ଆୟୋଜନ କରୁଥିଲେ ମଧ୍ୟ ଫାଇନାଲ ମ୍ୟାଚ୍ ନିଜ ଦେଶରେ ଆୟୋଜନ କରିପାରିବ ନାହିଁ ପାକିସ୍ତାନ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ସମେତ ଅନେକ ଦେଶ ଏଠାରେ ମ୍ୟାଚ୍ ଖେଳିବାକୁ ଇଛା ପ୍ରକାଶ କରୁନାହାନ୍ତି। ୨୦୦୮ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହୋଇ ପାରୁନାହିଁ । ଅନ୍ୟପଟେ ଦେଖିଦେଖିବାକୁ ଗଲେ ଏସିଆ କପ୍ ଭଳି ଚାମ୍ପିୟନ୍ସ ଟ୍ରଫି ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯାଇପାରେ । ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବାର ଅଛି, କିନ୍ତୁ ଟିମ ଇଣ୍ଡିଆ ଫାଇନାଲରେ ସ୍ଥାନ ପକ୍କା କରେ ତେବେ ଏହି ମ୍ୟାଚ୍ ପାକିସ୍ତାନ ବାହାରେ,ଅର୍ଥାତ ଦୁବାଇ,ଶ୍ରୀଲଙ୍କା,କିମ୍ବା ୟୁଏଇରେ ଖେଲାଯାଇପାରେ । ସେହିପରି ଗ୍ରୁପ୍ ଷ୍ଟେଜରେ ମଧ୍ୟ ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଖେଳିପାରେ ଟିମ ଇଣ୍ଡିଆ । ଏହାବ୍ୟତୀତ ଭାରତ ସେମି ଫାଇନାଲରେ ପହଞ୍ଚିବା ପରେ ହୋଇପାରେ ଭେନ୍ୟୁ ପରିବର୍ତ୍ତନ।

ପୂର୍ବରୁ ଏସିଆ କପ୍ ମଧ୍ୟ ପାକିସ୍ତାନ ଆୟୋଜନ କରିଥିବାବେଳେ ଭାରତ ପାକ୍ ଗସ୍ତ କରିବାକୁ ମନା କରିଥିଲା । ଫଳରେ ଏହି ଇଭେଣ୍ଟକୁ ହାଇବ୍ରିଡ ମଡେଲରେ ଖେଳାଯାଇଥିଲା । ଶ୍ରୀଲଙ୍କାରେ ଭାରତର ସମସ୍ତ ମ୍ୟାଚ୍ ଖେଳାଯିବା ସହ ଫାଇନାଲ ମଧ୍ୟ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା । ତେଣୁ ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ମଧ୍ୟ ଏହି ଫର୍ମୁଲା ଖେଲାଯାଇପାରେ। ତେବେ ଭାରତ ପାକିସ୍ତାନ ଯିବାର ସମ୍ଭାବନା ବହୁତ କମ୍ ରହିଛି,ସେ ଦୃଷ୍ଟିରୁ ଜୟ ଶାହଙ୍କ ନିଷ୍ପର୍ତ୍ତି ଉପରେ ରହିଛି ସାରା ବିଶ୍ବର ନଜର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champions Trophy: Pakistan Defeat Team India! | Argus News