Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନକୁ ଶାହ ଭରଷା

Sangram Tripathy
Browse all articles by Sangram Tripathy
·1 year ago·2 min read
ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନକୁ ଶାହ ଭରଷା

ଅର୍ଗସ ବ୍ୟୁରୋ: ବଢିଲା ପାକିସ୍ତାନର ଚିନ୍ତା, ଶାହ ହେବେ କି ଶେଷ ଭରଷା। ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଥମୁନି ଚର୍ଚ୍ଚା । ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଥିବାବେଳେ ସୁରକ୍ଷା କାରଣରୁ ବିସିସିଆଇ ସମେତ ପାକିସ୍ତାନରେ  ଭାରତୀୟ ଖେଳାଳି ଖେଳିବାକୁ ଅମଙ୍ଗ ହେଉଛନ୍ତି। ମାତ୍ର ଏଭଳି ସମୟରେ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ପରେ ଏହି ଟୁର୍ଣ୍ଣାମେଣ୍ଟ କେବଳ ହାଇବ୍ରିଡ ମଡେଲରେ ଖେଳାଯିବ ବୋଲି ଆଲୋଚନା ଜୋର ଧରିଛି।

୨୦୨୫, ୧୯ ଫେବୃୟାରୀରୁ ୯ ମାର୍ଚ୍ଚ ମଧ୍ୟରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ। ଯଦିଓ ଆଇସିସିର ଅଧ୍ୟକ୍ଷଙ୍କର ଅନେକ କ୍ଷମତା ରହିଛି ସେଥିରୁ ଗୋଟିଏ ହେଉଛି ମ୍ୟାଚ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବାର କ୍ଷମତା ରହିଛି,କିନ୍ତୁ ସ୍ଥାନୀୟ ବୋର୍ଡର ମତାମତ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏଥିସହ ଆଇସିସି ଚେୟାରମ୍ୟାନ୍ ଅନୁମୋଦନର ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି । ଦେଖିବାକୁ ଗଲେ ଶାହ ବିସିସିଆଇର ସମ୍ପାଦକ ଥିବାବେଳେ ଭାରତୀୟ ଦଳ କୌଣସିମତେ ପାକିସ୍ତାନ ଯିବ ନାହିଁ ବୋଲି କହିଥିଲେ,ତା ମଧ୍ୟ ହୋଇଥିଲା ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବାର ଥିଲା । ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରିଦେବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ୟସ୍ଥାନରେ ହାଇବ୍ରିଡ ମଡେଲରେ ଖେଲାଯାଇଥିଲା,ଭାରତ ସମସ୍ତ ମ୍ୟାଚ୍ ଖେଳିଥିଲା,ସେହିଭଳି ଯଦି ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲରେ ଖେଳାଯାଏ ଭାରତ ଏହି ମ୍ୟାଚ୍ ଖେଳିବ,ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନ ବାହାରେ ଏହାର ମ୍ୟାଚ୍ ଆୟୋଜିତ ହେବ। ୟୁଏଇ କିମ୍ବା ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। କିନ୍ତୁ ନିଷ୍ପର୍ତ୍ତି ଶାହଙ୍କ ଉପରେ ରହିଛି, କହିବାକୁ ଗଲେ ପାକିସ୍ତାନକୁ ଶେଷ ଭରଷା ଶାହ ବୋଲି କୁହାଯାଉଛି।

ନିକଟରେ ୟୁନୁସ ଖାନ କହିଥିଲେ ଜୟ ଶାହ ଆଇସିସିର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଖେଳୁଆଡ ମନୋଭାବ ଦେଖାଇବା ଉଚିତ୍,କ୍ରିକେଟର ଉନ୍ନତି ପାଇଁ ଉଦ୍ୟମ କରିବା ଉଚିତ୍ । ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଆସୁ । କ୍ରିକେଟ୍ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ଉନ୍ନତ ହେଉ ବୋଲି କହିଥିଲେ। ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ କହିଛନ୍ତି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ନଆସିବାକୁ ପରାମର୍ଶ ଦେଇଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶେଷଥର ପାଇଁ ଭାରତ ୨୦୦୮ରେ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯାଇଥିଲା। ଅନ୍ୟପଟେ ଭାରତ-ପାକିସ୍ତାନ ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରଶଂସକ। କଣ ହେବ ଭାରତର ନିଷ୍ପତ୍ତି ଭାରତ ପାକିସ୍ତାନ ଯିବ ନା ହାଇବ୍ରିଡ ମଡେଲରେ ଖେଳିବ ଚାମ୍ପିୟନ୍ସ ଟ୍ରଫି। ତା ଉପରେ ସମସ୍ତଙ୍କ ନଜର ।

Sponsored
Champions Trophy: Shah Bharsha to Pakistan | Argus News