Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିଠୁ ଆରମ୍ଭ ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ

Ritu Das
Browse all articles by Ritu Das
·1 year ago·1 min read
ଆଜିଠୁ ଆରମ୍ଭ ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ

ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ କ୍ରିକେଟ ଆରେନାରେ ଅନୁଷ୍ଠିତ ହେବ। ଭାରତ ଏହାର ପ୍ରଥମ ମ୍ୟାଚ ୨୦ ତାରିଖରେ ଦୁବାଇରେ ବାଂଲାଦେଶକୁ ଭେଟିବ। ପାକିସ୍ତାନ ଏହି ପ୍ରତିଯୋଗିତାର ଆୟୋଜକ ହୋଇଥିବାବେଳେ ହାଇବ୍ରିଟ ମୋଡ୍‌ରେ ଭାରତ ଏହାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବାକୁ ନିଷ୍ପତ୍ତି ହୋଇଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ତାରିଖରେ ମୁକାବିଲା ହେବ। ୧୯୯୬ ବିଶ୍ୱକପ ପରେ ପାକିସ୍ତାନ ପ୍ରଥମଥର ପାଇଁ ଏହି ଆଇସିସି ଇଭେଣ୍ଟ ଆୟୋଜନ ଅଧିକାର ପାଇଛି।


ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଗ୍ରୁପ୍‌ ‘ଏ’ରେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ରହିଥିବାବେଳେ ଗ୍ରୁପ୍‌ ‘ବି’ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି। ଭାରତ ଉପରେ ସମସ୍ତଙ୍କ ନଜର ରହିବ। ଟି୨୦ କ୍ରିକେଟର ଲୋକପ୍ରିୟତା ବଢ଼ୁଥିବାବେଳେ ୫୦ ଓଭର ବିଶିଷ୍ଟ ଦିନିକିଆ କ୍ରିକେଟକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ଦୀର୍ଘ ୮ ବର୍ଷ ବ୍ୟବଧାନରେ ହେଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଏଥିପାଇଁ ଅନେକ ଗୁରୁତ୍ୱ ବହନ କରିବ। ଶେଷଥର ପାଇଁ ୨୦୧୭ରେ ହୋଇଥିବା ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସମସ୍ତ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ JioHotstarରେ ହେବ। କ୍ରିକେଟ ପ୍ରେମୀମାନେ ଏହି ମ୍ୟାଚ୍‌କୁ ସେମାନଙ୍କ ମୋବାଇଲ ଫୋନ୍ରେ JioHotstarରେ ମାଗଣାରେ ଲାଇଭ ଦେଖିପାରିବେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସମସ୍ତ ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କ ସହିତ Sports 18 One ଏବଂ Sports 18 Sports ରେ ପ୍ରସାରିତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champions Trophy starts today: Opening match between Pakistan and New Zealand | Argus News