Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାମ୍ପିଅନ୍ସ ଟ୍ରଫି:ପାକିସ୍ତାନ ଯିବେଆଇସିସି ଅଧିକାରୀ,ସନ୍ତୁଷ୍ଟ ନହେଲେ ଅଡୁଆ

Sports

ଚାମ୍ପିଅନ୍ସ ଟ୍ରଫି:ପାକିସ୍ତାନ ଯିବେଆଇସିସି ଅଧିକାରୀ,ସନ୍ତୁଷ୍ଟ ନହେଲେ ଅଡୁଆ

Sangram Tripathy
Browse all articles by Sangram Tripathy
·1 year ago·1 min read
ଚାମ୍ପିଅନ୍ସ ଟ୍ରଫି:ପାକିସ୍ତାନ ଯିବେଆଇସିସି ଅଧିକାରୀ,ସନ୍ତୁଷ୍ଟ ନହେଲେ ଅଡୁଆ

Key Points

 

  ଅର୍ଗସ ବ୍ୟୁରୋ:ଅଦିନରେ ବଢିଲା ପାକିସ୍ତାନ ଟେନସନ। ଏମିତି ହଠାତ୍ ହୋଇଗଲା କଣ। ପାକିସ୍ତାନରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଆଉ ଏହାରି ଭିତରେ ଆଇସିସି ଅଧିକାରୀଯିବେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ପ୍ରସ୍ତୁତିର କରିବେଯାଞ୍ଚ । ମ୍ୟାଚ୍ ଏବଂ ଭେନ୍ୟୁ ଅଭ୍ୟାସ କରିବା ପାଇଁ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ସହ ଜଡ଼ିତ ଅନେକ ବିଷୟର ଯାଞ୍ଚ କରିବେ ଆଇସିସି ଅଧିକାରୀ ।ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଖେଳାଯିବାକୁ ଥିବା ତିନୋଟି ଷ୍ଟାଡିୟମକରାଚି, ରାୱଲପିଣ୍ଡି ଏବଂ ଲାହୋରରେ ପଡ଼ିଆର ମଧ୍ୟ
ଯାଞ୍ଚ କରିବେ। ପାକିସ୍ତାନରେ ଟିକେଟ ବିକ୍ରିକୁ ନେଇ ଉପଜୁଥିବା ସମସ୍ୟାଏବଂ ମୁଖ୍ୟତ ସୁରକ୍ଷାର ଦିଗକୁ ଗୁରୁତ୍ବ ଦେବେ। କାରଣ ସୁରକ୍ଷା କାରଣରୁ ଭାରତ ଭଳି ଅନେକ ଦେଶ ପାକିସ୍ତାନ ଆସିବାକୁ ଅମଙ୍ଗ ହେଉଛନ୍ତି। ସେ ଦୃଷ୍ଟିରୁ ଆଇସିସି ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେବ। ଯଦି ପାକିସ୍ତାନ ଏଥରେ ଫେଲ୍ ହେଉଛି ତେବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ମଧ୍ୟ ତାଙ୍କ ହାତରୁ ଖସିପାରେ ଏଥିରେ ସନ୍ଦେହ ନାହିଁ ।

ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ପରେ ପାକିସ୍ତାନ ଉପରେ ହସୁଥିବାବେଳେ ଭିତରେ ଗୁମୁରିକାନ୍ଦୁଛି। ୨୦୨୪ଡିସେମ୍ବର୧ରେ ଦାୟିତ୍ବ ଗ୍ରହଣ କରିବେ ଶାହ। କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନଥିବା ବେଳେ ଏସୀୟା କମ୍ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି ।୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୧୯ ଫେୟାରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ତାକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଛି । ଯଦି ଆଇସିସି ଅଧିକାରୀ ପାକିସ୍ତାନ ଗସ୍ତରୁ ଫେରିବା ପରେ ଭଲ ରିପୋର୍ଟ ଦିଅନ୍ତି ତାହାହେଲେ  
ସବୁ ଠିକ୍ ଯଦି ସେଥିରୁ ବ୍ୟତିକ୍ରମ ହେଲା ପାକିସ୍ତାନ କାନ୍ଦିବା ପକ୍କା
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Champions Trophy: The ICC team to go to Pakistan is unlikely, if not happy | Argus News