ରାଜକୋଟ ଟି-୨୦ରେ ହୋଇପାରେ ପରିବର୍ତ୍ତନ: ଆଉ କିଛି ସମୟ ପରେ ଆରମ୍ଭ ହେବ ମ୍ୟାଚ

ଅର୍ଗସ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ରାଜକୋଟ୍ର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳା୍ଯିବ। ସିରିଜ୍ରେ ସଂପ୍ରତି ଭାରତ ପ୍ରଥମ ଦୁଇଟି ମୁକାବିଲା ଜିତି ୨-୦ରେ ଆଗୁଆ ରହିଛି। ଏବେ ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ରାଜକୋଟ୍ ଟି-୨୦ରେ ସଭିଙ୍କ ନଜର ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ ରହିବ। ଏହି ମୁକାବିଲା ପାଇଁ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହୋଇପାରେ। ଅଲରାଉଣ୍ଡର ଶିବମ ଦୁବେ ଓ ରମଣଦୀପ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଶିବମ ଦୁବେଙ୍କୁ ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ସାମିଲ କରାଯାଇଥିଲା। ନୀତିଶ ଆହତଜନିତ ସମସ୍ୟା କାରଣରୁ ଏହି ସିରିଜ୍ରୁ ବାଦ୍ ପଡ଼ିଥିଲେ। ଅନ୍ୟପଟେ ରିଙ୍କୁ ସିଂ ଆହତ ହେବାରୁ ତାଙ୍କ ସ୍ଥାନରେ ରମଣଦୀପ ସିଂଙ୍କୁ ଦଳରେ ସାମିଲ କରାଯାଇଛି।
ରିଙ୍କୁ ସିଂଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିବା କାରଣରୁ ତୃତୀୟ ଟି-୨୦ ମ୍ୟାଚ୍ ଖେଳି ପାରି ନ ଥିଲେ। ଯଦି ଦୁବେ ଓ ରମଣଦୀପଙ୍କୁ ଆଜିର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ ତେବେ ଧ୍ରୁବ ଜୁରେଲଙ୍କ ସହିତ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ମଧ୍ୟ ମ୍ୟାଚ୍ରେ ବସିବାକୁ ପଡ଼ିପାରେ। ବିଷ୍ଣୋଇ ଏ ପର୍ଯ୍ୟନ୍ତ ମ୍ୟାଚ୍ରେ ଗୋଟିଏ ବି ଓ୍ଵିକେଟ୍ ନେଇ ପାରି ନାହାନ୍ତି। ଅନ୍ୟପଟେ ଜୁରେଲ ଚେନ୍ନାଇ ଟି-୨୦ରେ ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ ଏବଂ ୪ ରନ କରି ଆଉଟ୍ ହୋଇଥିଲେ। ଏହି ମୁକାବିଲାରେ ସଭିଙ୍କ ନଜର ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ,ଯିଏ କିଛି ସମୟ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସୂର୍ଯ୍ୟଙ୍କ ବ୍ୟତୀତ ସଞ୍ଜୁ ସାମସନଙ୍କଠୁ ବଡ଼ ଇନିଂସର ଆଶା ରହିବ। ସାମସନଙ୍କ ସଟ୍ ବଲ୍ ଖେଳିବାରେ ଥିବା ଦୁର୍ବଳତା ପୁଣି ଥରେ ଜଣା ପଡ଼ିଛି। ଏହା ବାଦ୍ ବୋଲିଂରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ ରହିଛି।
ଭାରତର ପ୍ଲେଇଙ୍ଗ ଇଲେଭେନ ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରମଣଦୀପ ସିଂ, ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ୍, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ।
📱 Get Argus News App
✨ଇଂଲଣ୍ଡର ପ୍ଲେଇଙ୍ଗ ଇଲେଭେନ ବେନ ଡକେଟ୍, ଫିଲ୍ ସଲ୍ଟ(ଓ୍ଵିକେଟ୍ କିପର), ଜୋସ ବଟଲର(ଅଧିନାୟକ), ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ସ୍ମି୍ଥ, ଜେମି ଓଭରଟନ, ବ୍ରାୟଡନ କର୍ସ, ଯୋଫ୍ରା ଆର୍ଚର, ଆଦିଲ ରଶିଦ, ମାର୍କ ଉଡ।