Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫ ଓ୍ବିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ

Sports

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫ ଓ୍ବିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ

Ritu Das
Browse all articles by Ritu Das
·1 year ago·1 min read
ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫ ଓ୍ବିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ । ୧୬୭ ରନର ଲକ୍ଷ୍ୟକୁ ଚେନ୍ନାଇ ୧୯.୩ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶିବମ ଦୁବେ ୪୧ ରନ, ରାଚିନ ରବୀନ୍ଦ୍ର ୩୭ ରନ, ଶାଇକ ରସିଦ ୨୭ ରନ ଓ ମହେନ୍ଦ୍ର ସିଂ ଧୋନୀ ୨୬ ରନ କରିଥିଲେ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଆରମ୍ଭରୁ ନିଜର ତାରକା ବ୍ୟାଟ୍ସମ୍ୟାନ ଆଇଡେନ ମାର୍କରାମ ଓ ନିକୋଲାସ ପୁରନଙ୍କ ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ମିଚେଲ ମାର୍ସ ଓ ଅଧିନାୟକ ଋଷଭ ପନ୍ତଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା ।


ମାର୍ସ ୩୦ ରନ କରିଥିବାବେଳେ ପନ୍ତ ଅଧିନାୟକ ଇନିଂସ ଖେଳି ୪୯ଟି ବଲରେ ୬୩ ରନ କରିଥିଲେ । ଆୟୁଷ ବଦୋନି ୨୨ ରନ ଓ ଅବଦୁଲ ସମଦ ୨୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୬ ରନ କରିଥିଲା । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମଥିସା ପଥିରାନା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
chennai-super-kings-beat-lucknow-super-giants-by-5-wickets | Argus News