Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଧୋନିଙ୍କୁ ନେଇ ବଡ଼ କଥା କହିଲେ ଚେନ୍ନାଇ ସୁପର କିଙ୍ଗସ୍ କୋଚ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ଧୋନିଙ୍କୁ ନେଇ ବଡ଼ କଥା କହିଲେ ଚେନ୍ନାଇ ସୁପର କିଙ୍ଗସ୍ କୋଚ୍

ଆଣ୍ଠୁରେ ଯନ୍ତ୍ରଣା, 10 ଓଭର ବି ବ୍ୟାଟିଂ କରିବା ମୁସ୍କିଲ। ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ଖୁଲାସା। ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ତଥା ଏବେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲ୍ ଖେଳୁଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଚେନ୍ନାଇ ସୁପର କିଙ୍ଗସ କୋଚ୍ ଷ୍ଟିଫେନ୍ ଫ୍ଲେମିଂ । ଏଥର ଆଇପିଏଲରେ ସବୁଠାରୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ଧୋନିଙ୍କ ବ୍ୟାଟିଂ ଅର୍ଡର । ଚେନ୍ନାଇ ସୁପର କିଙ୍ଗସକୁ 5 ଥର ଆଇପିଏଲ୍ ଚାମ୍ପିଅନ୍ କରାଇଥିବା ପୂର୍ବ କ୍ୟାପଟେନ୍ ଧୋନି ତଳ ଭାଗରେ ବ୍ୟାଟିଂ କରିବାକୁ ଆସୁଛନ୍ତି। କେତେବେଳେ ସେ 8 ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି ତ କେତେବେଳେ 9 ନମ୍ବର ଯାଏଁ ବି ଖସି ଯାଉଛନ୍ତି। ଏହାର ଫଳ ତାଙ୍କ ଟିମ୍ CSKକୁ ଭୋଗିବାକୁ ପଡୁଛି।

ଚେନ୍ନାଇ ସୁପର କିଙ୍ଗସ ଏଯାଏଁ 3ଟି ମ୍ୟାଚ୍ ଖେଳିଥିବାବେଳେ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଗତ ଦୁଇଟି ମ୍ୟାଚରେ ପରାଜିତ ହୋଇଛି ଚେନ୍ନାଇ । ଏହି 3ଟି ମ୍ୟାଚରେ ଧୋନି ମାତ୍ର 46 ରନ୍ କରିଛନ୍ତି। ଧୋନି କାହିଁକି ତଳ କ୍ରମରେ ବ୍ୟାଟିଂ କରିବାକୁ ଆସୁଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାର ଜବାବ ଦେଇଛନ୍ତି CSKର କୋଚ୍ ଷ୍ଟିଫେନ୍ ଫ୍ଲେମିଂ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧୋନି ଏବେ ଆଣ୍ଠୁ ଯନ୍ତ୍ରଣା ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ଧୋନିଙ୍କ ପକ୍ଷରେ 10 ଓଭର ବି ବ୍ୟାଟିଂ କରିବା କଷ୍ଟକର ହେଉଛି। ଏମିତିରେ ଧୋନି ଓଭର ହିସାବରେ ବ୍ୟାଟିଂ କରିବାକୁ ଆସୁଛନ୍ତି।

ସେ ଆହୁରି କହିଛନ୍ତି, ‘ଏମଏସ ଧୋନି ନିଜେ ତାଙ୍କ ବ୍ୟାଟିଂ କ୍ରମ ସ୍ଥିର କରନ୍ତି। ତାଙ୍କର ଶରୀର ଏବଂ ଆଣ୍ଠୁ ପୂର୍ବ ପରି ସୁସ୍ଥ ନାହିଁ। ସେ ଭଲ ଭାବରେ ଚାଲିପାରୁଛନ୍ତି, କିନ୍ତୁ ତାଙ୍କର କିଛି ସମସ୍ୟା ହେଉଛି। ସେ ସମ୍ପୂର୍ଣ୍ଣ ୧୦ଓଭର ବ୍ୟାଟିଂ କରିବାକୁ ଫିଟ ନୁହଁନ୍ତି। ଏହି କାରଣରୁ, ଧୋନି ପରିସ୍ଥିତି ଅନୁସାରେ ଦଳ ପାଇଁ କ’ଣ କରିପାରିବେ ତାହା ମୂଲ୍ୟାଙ୍କନ କରନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚରେ ସେ ଅଧିକ ଉଚ୍ଚ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ସୁଯୋଗ ଆସିଲେ ସେ ଅନ୍ୟ ବ୍ୟାଟସମ୍ୟାନଙ୍କୁ ସୁଯୋଗ ଦେଇ ଚାଲିଥାନ୍ତି।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chennai-super-kings-coach-speaks-highly-of-dhoni | Argus News