Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ

Sports

ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ

Ritu Das
Browse all articles by Ritu Das
·1 year ago·1 min read
ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ

ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଛି ପଞ୍ଜାବ କିଙ୍ଗସ । ଶ୍ରେୟସ ଆୟର ଏବଂ ପ୍ରଭସିମରନଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗସ ୨ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ୧୯୧ ଟାର୍ଗେଟ୍ ଜବାବରେ ପଞ୍ଜାବ ୧୯.୪ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଆଇପିଏଲ୍ ୨୦୨୫ରେ ଚେନ୍ନାଇର ଏହା ଅଷ୍ଟମ ପରାଜୟ ହୋଇଥିବା ବେଳେ ପଞ୍ଜାବ ଷଷ୍ଠ ମ୍ୟାଚ୍‌ରେ ବିଜୟୀ ହୋଇଛି ।


ଏହା ସହିତ IPL ୨୦୨୫ର ପ୍ଲେ-ଅଫରୁ ବାଦ ପଡ଼ିଛି ସିଏସକେ। ୧୯୧ ରନ୍‌ର ଟାର୍ଗେଟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ପାୱରପ୍ଲେରେ ୱିକେଟ୍ ହରାଇଥିଲା । ପ୍ରିୟାଂଶ ଆର୍ଯ୍ୟ ୧୫ ବଲ୍‌ରେ ୨୩ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଭସିମରନ ସିଂହ ୩୬ ବଲ୍‌ରେ ୫୪ ରନ୍ କରି ଆଉଟ୍ ହୋଇଥିଲେ । ନେହାଲ ୱାଡେରା ତିନୋଟି ୫ ରନ୍ ଓ ଶଶାଙ୍କ ୨୩ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଶ୍ରେୟସ ଆୟର ୪୧ ବଲ୍‌ରେ ୭୨ ରନ୍ କରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପାଇ ଖଲିଲ ଅହମ୍ମଦ, ପାଥିରାଣା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
chennai-super-kings-lost-to-punjab-kings-win-by-4-wickets | Argus News