IPL ; ମ୍ୟାଚ୍ ଆରମ୍ଭର ଦିନକ ପୂର୍ବରୁ ଦାୟିତ୍ୱ ହସ୍ତାନ୍ତର କଲେ ଧୋନି

ଅର୍ଗସ ବ୍ୟୁରୋ: IPL ଅଧିନାୟକ ପଦ ଛାଡ଼ିଲେ ଧୋନି । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନି । ଋତୁରାଜ ଗାଏକଓ୍ବାଡଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । IPL ମ୍ୟାଚ୍ ଆରମ୍ଭ ପୂର୍ବରୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ଧୋନି ।
ମାର୍ଚ୍ଚ 22 ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2024 ଋତୁ ଆରମ୍ଭ ହେବାକୁ ଯାଉଛି । ମାତ୍ର ଏହାର ଗୋଟିଏ ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଫ୍ରାଞ୍ଚାଇଜ୍ ଏକ ବଡ ଘୋଷଣା କରିଛି । ଅଧିନାୟକ ପଦ ଛାଡିଛନ୍ତି ଧୋନି ।
27 ବର୍ଷ ବୟସ୍କ ତାରକା ଓପନର୍ ଋତୁରାଜ ଗାଇକୱାଡଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଧୋନି । ଫଳରେ ଋତୁରାଜ ହେବେ ଚେନ୍ନାଇ ଦଳର ଚତୁର୍ଥ ଅଧିନାୟକ । ଧୋନିଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ ସୁରେଶ ରାଇନା ପୂର୍ବରୁ ଅଧିନାୟକତ୍ୱ କରିଛନ୍ତି ।
📱 Get Argus News App
✨ଆଇପିଏଲ୍ 2022 ରେ ମଧ୍ୟ ଚେନ୍ନାଇ ଦଳ ଗୋଟିଏ ଦିନ ପୂର୍ବରୁ ନୂତନ ଅଧିନାୟକ ଘୋଷଣା କରିଥିଲା । ଏହା ପରେ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା।
ଆହୁରି ପଢନ୍ତୁ ଖେଳ ଖବର...