ଘରୋଇ ମଇଦାନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍
·2 years ago

ଅର୍ଗସ ବ୍ୟୁରୋ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ୧୦୫ ରନ୍ ସତ୍ତ୍ବେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ହାରିଯାଇଛି। ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍ରୁ ଆଦାୟ କରିଥିବା ୨୦ ରନ୍ ଶେଷରେ ଫଳାଫଳରେ ଫରକ ପକାଇଛି। ଚେନ୍ନାଇ ସୁପର୍ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍ରେ ସୀମିତ ରହିଯାଇଥିଲା। ପାଳି ଆରମ୍ଭ କରି ବିଦାୟୀ ଅଧିନାୟକ ରୋହିତ ଶର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ସହଯୋଗ ମିଳିନଥିଲା।
ସିଏସକେର ମଥିଶା ପଥିରାନା ୪ଟି ଓ୍ୱିକେଟ ମ୍ୟାଚ୍ରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏଥି ସହିତ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରି ଚେନ୍ନାଇ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: