ହାତକୁ ଦୁଇ ହାତ ହେଲେ ଓଡ଼ିଆ ଚେସ ତାରକା ପଦ୍ମିନୀ ରାଉତ
·2 years ago·1 min read

ଅର୍ଗସ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ଚେସ ତାରକା ପଦ୍ମିନୀ ରାଉତ। ମୁମ୍ବାଇର ଜୟକିଶିନ୍ ମନକାନୀଙ୍କୁ ବାହା ହେଲେ ପଦ୍ମିନୀ। ଭୁବନେଶ୍ବରର ପଟିଆ ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ହିନ୍ଦୁ ବୈଦିକ ରୀତିରେ ପଦ୍ମିନୀ ରାଉତ ଓ ଜୟକିଶିନ ମନକାନୀଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ମୁମ୍ବାଇର ଜୟକିଶିନ ମନକାନୀ ଜଣେ ଚେସ ପ୍ରଶଂସକ ଏବଂ ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ପଦ୍ମିନୀ ରାଉତ ତାଙ୍କୁ ବିବାହ କରିବାପରେ ଚେସ ଖେଳ ଜାରି ରଖିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ପଦ୍ମିନୀ ରାଉତ ଜାତୀୟ ମହିଳା ଚେସ ଚାମ୍ପିୟନଶିପରେ ଲଗାତା ୨୦୧୪, ୨୦୧୫, ୨୦୧୬, ଓ ୨୦୧୭ ୪ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ୨୦୧୫ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନଶିପ ଜିତିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର