Coach Faces Blindside Attack / ଟି-୨୦ରେ ଖେଳାଳିଙ୍କୁ ଚୟନ ନ କରିବାରୁ କୋଚ୍ଙ୍କୁ ଆଖିବୁଜା ଆକ୍ରମଣ
·7 months ago·2 min read

Key Points
ସୋମବାର ଦିନ ତିନି ଜଣ ସ୍ଥାନୀୟ କ୍ରିକେଟର ୧୯ ବର୍ଷରୁ କମ୍ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଥିଲେ। ଯେଉଁଥିରେ ସେ ଗୁରୁତର ଭାବେ ହୋଇଛନ୍ତି।
କ୍ରିକେଟ ଜଗତରୁ ଏପରି ଖବର ଆସିଛି ଯାହା ସମସ୍ତ କ୍ରୀଡା ପ୍ରେମୀଙ୍କ ମୁଣ୍ଡ ଲଜ୍ଜାରେ ନୁଆଁଇ ଦେବ। ପୁଡୁଚେରୀ କ୍ରିକେଟ ଆସୋସିଏସନ ଅଶାନ୍ତ ହୋଇପଡ଼ିଛି। ସୋମବାର ଦିନ ତିନି ଜଣ ସ୍ଥାନୀୟ କ୍ରିକେଟର ୧୯ ବର୍ଷରୁ କମ୍ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଥିଲେ। ଯେଉଁଥିରେ ସେ ଗୁରୁତର ଭାବେ ହୋଇଛନ୍ତି। କୋଚଙ୍କର ମୁଣ୍ଡରେ ୨୦ଟି ଷ୍ଟିଚ୍ ପଡ଼ିଥିଲା ଏବଂ ତାଙ୍କ କାନ୍ଧ ଭାଙ୍ଗି ଯାଇଛି। ଏନେଇ ସେ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି।
ପୁଡୁଚେରୀରେ କ୍ରିକେଟ ପ୍ରଶିକ୍ଷକଙ୍କ ଉପରେ ଆକ୍ରମଣ
ପୁଡୁଚେରୀ କ୍ରିକେଟ ଆସୋସିଏସନର ୧୯ ବର୍ଷରୁ କମ୍ ମୁଖ୍ୟ ପ୍ରଶିକ୍ଷକ ଏସ୍. ଭେଙ୍କଟରମଣଙ୍କ ଉପରେ ରାଗ ରଖି ତିନି ଜଣ ଖେଳାଳି ଆକ୍ରମଣ କରିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୟଦ ମୁସ୍ତାକ ଅଲି ଟ୍ରଫି ଦଳରୁ ବାଦ ପଡ଼ିବା ପରେ ଏହି ଖେଳାଳିମାନେ ଅତ୍ୟନ୍ତ ନିରାଶ ହୋଇଥିଲେ। ଆକ୍ରମଣରେ ପୂର୍ବତନ ସିଏପି ସଚିବ ଭେଙ୍କଟରମଣଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ କାନ୍ଧ ଭାଙ୍ଗି ଯାଇଥିଲା। ମାଡ଼ ମାରି କୋଚଙ୍କୁ ଲହୁଲୁହାଣ କରିଦେଇଛନ୍ତି।
ସୋମବାର ସକାଳ ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି, ଯେତେବେଳେ ତିନି ଜଣ ଖେଳାଳି ସିଏପି କମ୍ପ୍ଲେକ୍ସରେ ପ୍ରଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ। ସେଦାରପେଟ୍ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ସବ-ଇନ୍ସପେକ୍ଟର ଆର. ରାଜେଶ କହିଛନ୍ତି ଯେ, "ପ୍ରଶିକ୍ଷକଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି କିନ୍ତୁ ତାଙ୍କ ଅବସ୍ଥା ଭଲ ଅଛି।"
ଏସ. ଭେଙ୍କଟରମଣ ତାଙ୍କ ଅଭିଯୋଗରେ କ’ଣ କହିଛନ୍ତି?
ପୋଲିସକୁ ଦେଇଥିବା ଅଭିଯୋଗରେ ଏସ. ଭେଙ୍କଟରମଣ ତିନି ଜଣ ଆକ୍ରମଣକାରୀଙ୍କ ନାମ ନେଇଥିଲେ। ସେ ବରିଷ୍ଠ ଖେଳାଳି କାର୍ତ୍ତିକେୟନ ଜୟସୁନ୍ଦରମ, ପ୍ରଥମ ଶ୍ରେଣୀ ଖେଳାଳି ଏ. ଆରବିନ୍ଦରାଜ ଏବଂ ଏସ. ସନ୍ତୋଷ କୁମାରନଙ୍କ ନାଁ କହିଛନ୍ତି। ସେ ଭାରତୀଦାସନ ପୁଡୁଚେରୀ କ୍ରିକେଟର୍ସ ଫୋରମର ସଚିବ ଜି. ଚନ୍ଦ୍ରନଏହି ତିନି ଜଣ ଖେଳାଳିଙ୍କୁ ଉସୁକାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଟି-୨୦ ଦଳରୁ ବାଦ ଦିଆଯିବା ପରେ ଏହି ତିନି ଜଣ ଖେଳାଳି ପ୍ରଶିକ୍ଷକଙ୍କୁ ମନ ଇଚ୍ଛା ଆକ୍ରମଣ କରିଥିଲେ।
ଏସ. ଭେଙ୍କଟରମଣ କହିଛନ୍ତି ଯେ ଏହି ତିନି ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ମୁଁ ବଞ୍ଚିଯାଇଛି। ଆକ୍ରମଣ ସମୟରେ, ତିନି ଜଣ ଖେଳାଳି ଦାବି କରିଥିଲେ ଯେ ଚନ୍ଦ୍ରନ ସେମାନଙ୍କୁ କହିଥିଲେ ଯେ ସେମାନେ ଭେଙ୍କଟରମଣଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ତାଙ୍କୁ ସୁଯୋଗ ଦିଆଯିବ। ତେବେ ଅନ୍ୟପକ୍ଷେ ଭାରତୀଦାସନ ପୁଡୁଚେରୀ କ୍ରିକେଟର୍ସ ଫୋରମ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛି। ପୋଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଦୋଷ ସ୍ବୀକାର କରିବାପରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The Under-19 head coach of the Cricket Association of Pondicherry S. Venkataraman, was assaulted by a group of local cricketers. The situation spiralled after three local players, frustrated over being ignored for the SMAT, took matters into their own hands. A recent report… pic.twitter.com/s3mqRS4UZQ
— Vipin Tiwari (@Vipintiwari952) December 10, 2025
ପୁଡୁଚେରୀରେ କ୍ରିକେଟ ପ୍ରଶିକ୍ଷକଙ୍କ ଉପରେ ଆକ୍ରମଣ
ପୁଡୁଚେରୀ କ୍ରିକେଟ ଆସୋସିଏସନର ୧୯ ବର୍ଷରୁ କମ୍ ମୁଖ୍ୟ ପ୍ରଶିକ୍ଷକ ଏସ୍. ଭେଙ୍କଟରମଣଙ୍କ ଉପରେ ରାଗ ରଖି ତିନି ଜଣ ଖେଳାଳି ଆକ୍ରମଣ କରିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୟଦ ମୁସ୍ତାକ ଅଲି ଟ୍ରଫି ଦଳରୁ ବାଦ ପଡ଼ିବା ପରେ ଏହି ଖେଳାଳିମାନେ ଅତ୍ୟନ୍ତ ନିରାଶ ହୋଇଥିଲେ। ଆକ୍ରମଣରେ ପୂର୍ବତନ ସିଏପି ସଚିବ ଭେଙ୍କଟରମଣଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ କାନ୍ଧ ଭାଙ୍ଗି ଯାଇଥିଲା। ମାଡ଼ ମାରି କୋଚଙ୍କୁ ଲହୁଲୁହାଣ କରିଦେଇଛନ୍ତି।
ସୋମବାର ସକାଳ ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି, ଯେତେବେଳେ ତିନି ଜଣ ଖେଳାଳି ସିଏପି କମ୍ପ୍ଲେକ୍ସରେ ପ୍ରଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ। ସେଦାରପେଟ୍ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ସବ-ଇନ୍ସପେକ୍ଟର ଆର. ରାଜେଶ କହିଛନ୍ତି ଯେ, "ପ୍ରଶିକ୍ଷକଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି କିନ୍ତୁ ତାଙ୍କ ଅବସ୍ଥା ଭଲ ଅଛି।"
ଏସ. ଭେଙ୍କଟରମଣ ତାଙ୍କ ଅଭିଯୋଗରେ କ’ଣ କହିଛନ୍ତି?
ପୋଲିସକୁ ଦେଇଥିବା ଅଭିଯୋଗରେ ଏସ. ଭେଙ୍କଟରମଣ ତିନି ଜଣ ଆକ୍ରମଣକାରୀଙ୍କ ନାମ ନେଇଥିଲେ। ସେ ବରିଷ୍ଠ ଖେଳାଳି କାର୍ତ୍ତିକେୟନ ଜୟସୁନ୍ଦରମ, ପ୍ରଥମ ଶ୍ରେଣୀ ଖେଳାଳି ଏ. ଆରବିନ୍ଦରାଜ ଏବଂ ଏସ. ସନ୍ତୋଷ କୁମାରନଙ୍କ ନାଁ କହିଛନ୍ତି। ସେ ଭାରତୀଦାସନ ପୁଡୁଚେରୀ କ୍ରିକେଟର୍ସ ଫୋରମର ସଚିବ ଜି. ଚନ୍ଦ୍ରନଏହି ତିନି ଜଣ ଖେଳାଳିଙ୍କୁ ଉସୁକାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଟି-୨୦ ଦଳରୁ ବାଦ ଦିଆଯିବା ପରେ ଏହି ତିନି ଜଣ ଖେଳାଳି ପ୍ରଶିକ୍ଷକଙ୍କୁ ମନ ଇଚ୍ଛା ଆକ୍ରମଣ କରିଥିଲେ।
ଏସ. ଭେଙ୍କଟରମଣ କହିଛନ୍ତି ଯେ ଏହି ତିନି ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ମୁଁ ବଞ୍ଚିଯାଇଛି। ଆକ୍ରମଣ ସମୟରେ, ତିନି ଜଣ ଖେଳାଳି ଦାବି କରିଥିଲେ ଯେ ଚନ୍ଦ୍ରନ ସେମାନଙ୍କୁ କହିଥିଲେ ଯେ ସେମାନେ ଭେଙ୍କଟରମଣଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ତାଙ୍କୁ ସୁଯୋଗ ଦିଆଯିବ। ତେବେ ଅନ୍ୟପକ୍ଷେ ଭାରତୀଦାସନ ପୁଡୁଚେରୀ କ୍ରିକେଟର୍ସ ଫୋରମ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛି। ପୋଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଦୋଷ ସ୍ବୀକାର କରିବାପରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories