Videos
|
Sports

ଇଂଲଣ୍ଡରୁ ଫେରିବା ମାତ୍ରେ କୋଚ୍ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ

Ritu Das
Browse all articles by Ritu Das
·12 months ago·1 min read
ଇଂଲଣ୍ଡରୁ ଫେରିବା ମାତ୍ରେ କୋଚ୍ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ

Key Points

ଇଂଲଣ୍ଡରୁ ଫେରିବା ମାତ୍ରେ କୋଚ୍ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ

ଶେଷ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୬ ରନରେ ହରାଇଥିଲା

ଶୁଭମନଙ୍କୁ ନେତୃତ୍ବ ଦେବା ନିଷ୍ପତ୍ତି ଠିକ ଥିଲା

ଟିମ ଇଣ୍ଡିଆ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜ ପରେ ବର୍ତ୍ତମାନ ଇଂଲଣ୍ଡରୁ ଭାରତକୁ ଫେରିଛି । ସିରିଜର ଶେଷ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୬ ରନରେ ହରାଇଥିଲା । ଏଥିପାଇଁ ସିରିଜ ୨-୨ ବରାବରରେ ଶେଷ ହୋଇଛି। ଶୁଭମନଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆର ପ୍ରଦର୍ଶନ ଏହି ସିରିଜରେ ଧମାଲ କରୁଛି । ସିରିଜ ପୂର୍ବରୁ ଯେତେବେଳେ ଶୁଭମନଙ୍କୁ ଟିମ ଇଣ୍ଡିଆର କ୍ୟାପ୍ଟେନ କରାଯାଇଥିଲା, ସେତେବେଳେ କୋଚ ଗୌତମ ଗମ୍ଭୀର ଏବଂ ସିଲେକ୍ଟର୍ସଙ୍କ ଉପରେ ଅଧିକ ପ୍ରଶ୍ନ ଉଠିଥିଲା, ହେଲେ ବର୍ତ୍ତମାନ ସମସ୍ତଙ୍କୁ ଉତ୍ତର ମିଳିଛି। ସେହିପରି ଭାରତ ଫେରିବା ମାତ୍ରେ କୋଚ ଗୌତମ ଗମ୍ଭୀର କ୍ୟାପଟେନ ଶୁଭମନ ଗିଲକୁ ନେଇ ବଡ଼ କଥା କହିଛନ୍ତି।


ଏୟାରପୋର୍ଟରେ ମିଡିଆ ସହ କଥା ହୋଇ ଗୌତମ ଗମ୍ଭୀର କହିଛନ୍ତି ଯେ, ଶୁଭମନ ଗିଲ ଶାନଦାର କାମ କରିଛନ୍ତି ଏବଂ ଆଶା ରହିଛି ଯେ, ଆଗକୁ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିବେ। ଆମେ ବହୁତ ଖୁସି, ଆମ ଖେଳାଳିମାନେ ଯେଉଁଭଳି ଗତ ୨ ମାସରେ ଏହି ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜରେ ଶାନଦାର ପ୍ରଦର୍ଶନ କରିଛନ୍ତି ଏବଂ ସେ ପ୍ରଶଂସାର ଯୋଗ୍ୟ। ସିରାଜଙ୍କ ପ୍ରଦର୍ଶନ ଶାନଦାର ରହିଛି ହେଲେ କେବଳ ଜଣେ ଖେଳାଳିଙ୍କ ନାଁ ନେବା ସଠିକ୍ ନୁହେଁ, ସମସ୍ତ ଖେଳାଳି ଧମାଲ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ସହ ଖେଳାଯାଇଥିବା ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜରେ ଶୁଭମନ ଗିଲଙ୍କ ପ୍ରଦର୍ଶନ ଧମାଲ ରହିଛି। ସେ ସିରିଜରେ ଶାନଦାର ବ୍ୟାଟିଂ କରିଛନ୍ତି । ଗିଲ ଏହି ସିରିଜରେ ବ୍ୟାଟିଂ କରି ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି, ତାଙ୍କ ଶାନଦାର ପ୍ରଦର୍ଶନ ଯୋଗୁଁ କ୍ୟାପ୍ଟେନ ଗିଲଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ମଧ୍ୟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
coach-gautam-gambhirs-big-statement-after-returning-from-england | Argus News