Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁମ୍ବାଇର ଲଗାତାର ବିଜୟ: ବୁମରାଙ୍କୁ ମିଳିଲା ୫ ୱିକେଟ୍

Sports

ମୁମ୍ବାଇର ଲଗାତାର ବିଜୟ: ବୁମରାଙ୍କୁ ମିଳିଲା ୫ ୱିକେଟ୍

Ritu Das
Browse all articles by Ritu Das
·2 years ago·1 min read
ମୁମ୍ବାଇର ଲଗାତାର ବିଜୟ: ବୁମରାଙ୍କୁ ମିଳିଲା ୫ ୱିକେଟ୍

ଅର୍ଗସ ବ୍ୟୁରୋ: ୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ହ୍ୟାଟ୍ରିକ୍‌ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆ ୱାଙ୍ଖ୍‌ଡ଼େରେ ଏହି ଦୁଇ ବିଜୟ ପାଇଛି। ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଥିବା ଘରୋଇ ଦଳ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟ୍‌ରେ ମାତ୍‌ ଦେଇଛି। ୧୯୭ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ଏହି ଦଳ ମାତ୍ର ୩ ୱିକେଟ୍‌ ହରାଇ ୨୭ ବଲ୍‌ ପୂର୍ବରୁ ହାସଲ କରିନେଇଛି। 

ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ‌ରନ୍‌ ଯୋଡ଼ି ଦୃଢ଼ ମୁଳଦୁଆ ପକାଇଥିଲେ। ଈଶାନ (୬୯, ୩୪ ବଲ୍‌, ୭ ଚୌକା, ୫ ଛକା) ୨୩ ବଲରୁ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର୍‌ ୧୩୯ ରନ୍‌ ଥିଲା ବେଳେ ରୋହିତ (୩୮) ପାଭିଲିୟନ ଫେରିଥିଲେ। 
ଏହାପରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ନିକଟତର କରିଥିଲେ। ସୂର୍ଯ୍ୟ (୫୨, ୧୯ ବଲ୍‌, ୫ ଚୌକା, ୪ ଛକା) ଆଉଟ୍‌ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୧, ୬ ବଲ୍‌, ୩ ଛକା) ଓ ତିଲକ ବର୍ମା (୧୬, ୧୦ ବଲ୍‌, ୩ ଚୌକା) ଅପରାଜିତ ରହିଥିଲେ। ଆକାଶ ଦୀପଙ୍କୁ ଛକା ମାରି ହାର୍ଦ୍ଦିକ ବିଜୟ ମୁଣ୍ଡି ମାରିଥିଲେ। ଏଥିସହ ୱାଙ୍ଖଡେରେ ୨୦୧୫ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆର୍‌ସିବି ହାରାଇ ପାରିନାହିଁ। ଗତବର୍ଷ ମଧ୍ୟ ଏଠାରେ ଆର୍‌ସିବି ୧୯୯ ରନ୍‌ କରିବା ସତ୍ତ୍ବେ ୨୧ ବଲ୍‌ ପୂର୍ବରୁ ୬ ୱିକେଟ୍‌ରେ ହାରିଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Continuation win | Argus News