Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିମ୍‌ ଇଣ୍ଡିଆରେ ପୁଣି ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ରିଷଭ ପନ୍ତ ଖପ୍ପା?

Sports

ଟିମ୍‌ ଇଣ୍ଡିଆରେ ପୁଣି ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ରିଷଭ ପନ୍ତ ଖପ୍ପା?

Ritu Das
Browse all articles by Ritu Das
·1 year ago·2 min read
ଟିମ୍‌ ଇଣ୍ଡିଆରେ ପୁଣି ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ରିଷଭ ପନ୍ତ ଖପ୍ପା?

ଟିମ୍‌ ଇଣ୍ଡିଆରେ ମୁଣ୍ଡ ଟେକିଛି ନୂଆ ବିବାଦ। ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ଦିନଠାରୁ, ସେ ଦଳର ବିଜୟ ଅପେକ୍ଷା ବିବାଦ ଯୋଗୁ ଅଧିକ ଖବର ଶିରୋନାମାରେ ରହିଆସୁଛନ୍ତି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମାନ ବିବାଦ ଦେଖାଦେଇଛି। ନୂଆ ରିପୋର୍ଟ ଅନୁସାରେ, ଟିମ୍‌ ଇଣ୍ଡିଆରେ ସବୁକିଛି ଠିକ ଚାଲିନାହିଁ। ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଗୌତମ ଗମ୍ଭୀରଙ୍କ ଉପରେ ବହୁତ ରାଗିଛନ୍ତି। ଏହାର କାରଣ ହେଉଛି ତାଙ୍କର ନିଷ୍ପତ୍ତି ବୋଲି ଦାବି କରାଯାଉଛି। ANI ରିପୋର୍ଟର ବିପୁଲ କଶ୍ୟପ ଦାବି କରିଛନ୍ତି ଯେ ଟିମ୍‌ ଇଣ୍ଡିଆର ଜଣେ ବଡ଼ ଖେଳାଳି ମୁଖ୍ୟ ପ୍ରଶିକ୍ଷକଙ୍କ ଉପରେ ରାଗିଛନ୍ତି। ସେ ରାଗିଛନ୍ତି କାରଣ ସେ ODIରେ ଊଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଭାବରେ ପ୍ରଥମ ପସନ୍ଦ ନୁହନ୍ତି। ଏହି ଦାବି ପରେ ସ୍ପଷ୍ଟ ହେଉଛି ଯେ ଖେଳାଳିଜଣଙ୍କ ପନ୍ତ। କାରଣ ଟିମ୍‌ ଇଣ୍ଡିଆର ଉଇକେଟକିପର ଭାବେ ପ୍ରଥମ ପସନ୍ଦ ହେଉଛନ୍ତି କେ ଏଲ୍‌ ରାହୁଲ ଯିଏ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଖେଳିବାର ନଜର ଆସିବେ।


ଗୌତମ ଗମ୍ଭୀର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟିମ ଇଣ୍ଡିଆ କେଏଲ୍‌ଙ୍କୁ ଉଇକେଟକିପର ଭାବରେ ସୁଯୋଗ ଦେବ। ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରେ ମଧ୍ୟ ଟିମ୍‌ ଇଣ୍ଡିଆ ତିନୋଟି ମ୍ୟାଚ୍‌ରେ କେ ଏଲ୍‌ ରାହୁଲଙ୍କୁ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଭାବରେ ଖେଳାଇଥିଲା। ସେତେବେଳେ ପନ୍ତଙ୍କୁ ବେଞ୍ଚରେ ବିଶ୍ରାମ ନେଉଥିବା ଦେଖାଯାଇଥିଲା। ଗମ୍ଭୀର କହିଥିଲେ ଯେ ସେ ନମ୍ବର ୫ କିମ୍ବା ନମ୍ବର ୬ରେ କେଏଲ୍‌ ରାହୁଲଙ୍କୁ ସୁଯୋଗ ଦେବେ। ଏପରି ପରିସ୍ଥିତିରେ ସେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ହିଁ ରିଷଭ ପନ୍ତଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାହାର କରିଦେଇଥିଲେ। ଏବେ ଜଣେ ବଡ଼ ରିପୋର୍ଟରଙ୍କ ଦାବି ଅନୁସାରେ, ପନ୍ତ ଏଥିରେ ରାଗିଛନ୍ତି। କେଏଲ୍‌ ରାହୁଲ ୨୦୨୩ ODI ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହି ସମୟରେ ରିଷଭ ପନ୍ତ ଆହତ ହୋଇଥିଲେ ଏବଂ ସେ ଦଳରୁ ବାହାରେ ଥିଲେ। କିନ୍ତୁ ଏବେ କେଏଲ୍‌ ରାହୁଲ ପ୍ରଥମ ପସନ୍ଦର ଉଇକେଟକିପର ହୋଇଛନ୍ତି, ଯାହାକୁ ଅନେକ କ୍ରିକେଟ ବିଶେଷଜ୍ଞ ଠିକ୍‌ ବୋଲି ଭାବୁନାହାନ୍ତି। କିନ୍ତୁ ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମା ଯାହାକୁ ଖେଳାଇବା ଠିକ୍‌ ବୋଲି ଭାବନ୍ତି, ସେ ଟିମ୍‌ ଇଣ୍ଡିଆରେ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Controversy again in Team India, Rishabh Pant angry on Gautam Gambhir? | Argus News