Videos
|
Sports

ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିର ଦାମକୁ ନେଇ ବିବାଦ

Ritu Das
Browse all articles by Ritu Das
·2 years ago·1 min read
ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିର ଦାମକୁ ନେଇ ବିବାଦ

ଅର୍ଗସ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇସାରିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା। ଭିଡିଓରେ ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ହେଲିକପ୍ଟର୍‌ରୁ ଝୁଲୁଥିବା ଏକ ବିଶାଳ ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା।

ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍‌ର ତିନିଟି ଟ୍ରେଡମାର୍କ ଷ୍ଟ୍ରାଇପ୍ ହେଉଛି ଧଳାରଙ୍ଗର।

ତେବେ ଜର୍ସିର ଡିଜାଇନ୍ ଅପେକ୍ଷା ଏହାର ଦାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ଖେଳାଳିଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ଜର୍ସି ଏବେ ‘ଆଡିଡାସ୍’ ଷ୍ଟୋର ଓ ଅନଲାଇନରେ ବିକ୍ରି ହେବା ଆରମ୍ଭ ହୋଇଛି। ଏହି ଜର୍ସି ପାଇଁ ‘ଆଡିଡାସ୍’ ଧାର୍ଯ୍ୟ କରିଥିବା ଦାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜର୍ସିର ଦାମ ‘ଆଡିଡାସ୍’ ୫,୯୯୯ ରଖିଥିବା ବେଳେ କେହି ଏହାକୁ କିଣିବାକୁ ଚାହିଁବେନି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। କ୍ରିକେଟପ୍ରେମୀମାନେ କହିଛନ୍ତି ଯେ, ‘ଆଡିଡାସ୍’ ଜର୍ସିର ଦାମ ଅଧିକ ରଖିଥିବା ସହ ଡିଜାଇନ ସେଭଳି ଭଲ ନାହିଁ। ତେଣୁ ଏତେ ଟଙ୍କା ଦେଇ ଆମେ କିଣିବାକୁ ଚାହିଁବୁନି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: