ଭାରତୀୟ ଖେଳାଳିଙ୍କୁ ନେଇ କ୍ରିକେଟ ଫ୍ୟାନ ନିରାଶ

ଅର୍ଗସ ବ୍ୟୁରୋ: ଦୁବାଇରେ ଆଇପିଏଲ ନିଲାମ ସରିଛି। ଆଇପିଏଲକୁ ନେଇ ଫ୍ୟାନ ପାଗଳ। ମ୍ୟାଚ ଆରମ୍ଭ ହେଲେ ହିଁ ଲୋକେ ସବୁ କାମ ଛାଡ଼ି ସନ୍ଧ୍ୟା ହେଲେ ଟିଭି ପାଖେ ହାଜିର। ଆଇପିଏଲର ଡିମାଣ୍ଡ ମଧ୍ୟ ସେମିତି। ଆଇପିଏଲର ଏତେ କ୍ରେଜ ଯେ ଘରେ ଘରେ ଖେଳାଳିଙ୍କୁ ନେଇ ଝଗଡ଼ା ହୋଇଯାଏ। କିଏ ସିଏସକେର ଫ୍ୟାନ ତ ଆଉ କିଏ ଆରସିବି ଆଉ ମୁମ୍ବାଇର ଫ୍ୟାନ। କିନ୍ତୁ ଚଳିତ ଆଇପିଏଲ ସମସ୍ତଙ୍କୁ ନିରାଶ କରିଛି କାରଣ ଭାରତୀୟ ଖେଳାଳିଙ୍କର ବେସ ପ୍ରାଇସ ବିଦେଶୀ ଖେଳାଳିଙ୍କ ଠାରୁ କମ ରହିଛି। ଷ୍ଟାର୍କଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଥିବାବେଳେ ଭାରତୀୟ ମ୍ୟାଚ ଓ୍ବିନର ରିଙ୍କୁ ସିଂ ଲକ୍ଷରେ ସୀମିତ।
ଆମେ କହୁଛୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ କଥା। ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଷ୍ଟାର୍କ। ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି। କୋଲକାତା ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଏହି ଖେଳାଳିଙ୍କ ପାଇଁ ୨୪.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଷ୍ଟାର୍କ ଅଳ୍ପ ସମୟ ମଧ୍ୟରେ କମିନ୍ସଙ୍କ ରେକର୍ଡ ଭାଙ୍ଗିଦେଇଥିଲେ । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଗତ ୮ ବର୍ଷ ଧରି ଆଇପିଏଲ ଖେଳିନଥିଲେ । କିନ୍ତୁ ଷ୍ଟାର୍କଙ୍କୁ ଯେଉଁଠି ୨୪ କୋଟିରେ କିଣାଯାଉଛି ସେତେବେଳେ ଭାରତୀୟ ପ୍ଲେୟର ରିଙ୍କୁ ସିଂଙ୍କ ଭଳି ମ୍ୟାଚ ଓ୍ବିନରଙ୍କୁ ୫୫ ଲକ୍ଷରେ କିଣିବା ନିହାତି ଭାବେ ଲଜ୍ଜାଜନକ ବିଷୟକ।
କାରଣ ଗତ ଆଇପିଏଲରେ କେକେଆର ପକ୍ଷରୁ ରିଙ୍କୁ ସିଂ ଖେଳୁଥିଲେ। ଆଉ ତାଙ୍କର ପ୍ରଦର୍ଶନ ମଧ୍ୟ ଥିଲା ଜବରଦସ୍ତ। ଛକା ଚଉକା ମାରି ବୋଲରଙ୍କ ନିଦ ହଜାଇଦେଇଥିଲେ। କିନ୍ତୁ ଏଭଳି ପ୍ରତିଭାବାନ ଖେଳାଳିଙ୍କୁ ଆଇପିଏଲରେ ଅଣଦେଖା କରାଯାଇଛି। ରିଙ୍କୁ ସିଂ ଏମିତି ଏକ ଖେଳାଳି ଯିଏ ଭାରତ ପାଇଁ ଲଗାତାର ମ୍ୟାଚରେ ତାଙ୍କର ଜଲଓ୍ବା ଦେଖାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ଦଳ ବିଦେଶୀ ଖେଳାଳିଙ୍କୁ କିଣିବା ପାଇଁ ଏତେ ପଇସା ଖର୍ଚ୍ଚ କରିପାରୁଛି । ତେବେ ନିଜ ଦେଶର ଖେଳାଳିଙ୍କ ପ୍ରତି ଏ ଅନ୍ୟାୟ କାହିଁକି?
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର