Videos
|
Sports

Cricketer Death / କ୍ରିକେଟ ମୈଦାନରେ ବଡ଼ ଅଘଟଣ; ମ୍ୟାଚ ମଝିରେ ଖେଳାଳିଙ୍କୁ ହାର୍ଟଆଟାକ

Ritu Das
Browse all articles by Ritu Das
·5 months ago·2 min read
କ୍ରିକେଟ ମୈଦାନରେ ବଡ଼ ଅଘଟଣ; ମ୍ୟାଚ ମଝିରେ ଖେଳାଳିଙ୍କୁ ହାର୍ଟଆଟାକ
Cricketer

Key Points

ବାରମ୍ବାର କ୍ରିକେଟ ପଡ଼ିଆରୁ ଏଭଳି ହତବାକ କଲାଭଳି ଖବର ଆସୁଛି। ଆଜି ବି କ୍ରିକେଟ ପଡ଼ିଆରୁ ଏକ ଦୁଃଖଦ ଖବର ଆସିଛି। ଯେଉଁଥିରେ ଜଣେ ଖେଳାଳିଙ୍କର ଜୀବନ ଚାଲିଯାଇଛି।

ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ହୃଦୟାଘାତରେ ମୃତ୍ୟୁ ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଦୁଃଖଦ ଘଟଣା ସମୟରେ ମ୍ୟାଚ୍‌ର Live ଟେଲିକାଷ୍ଟ ଚାଲିଥିଲା ଓ ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଛି।



ଘଟଣାଟି ରତ୍ନାଗିରି ଜିଲ୍ଲାର ଚିଞ୍ଚଖାରୀ ଅଞ୍ଚଳରେ ଘଟିଛି। ଏଠାରେ ସ୍ୱରାଜ ପ୍ରତିଷ୍ଠାନ ଓ କୋଙ୍କଣ ନଗର ଟିମ୍‌ ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ସ୍ୱରାଜ ପ୍ରତିଷ୍ଠାନ ଟିମ୍ ବ୍ୟାଟିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ମୃତ ଖେଳାଳିଙ୍କ ପରିଚୟ ପ୍ରବୀଣ ପାୱାର ଭାବେ ଜଣା ପଡ଼ିଛି। ବୋଲର୍ ବଲ୍ ଛାଡ଼ିବା ପରେ ପ୍ରବୀଣ କିଛି ଦୂର ପର୍ଯ୍ୟନ୍ତ ଦୌଡ଼ି ଫେରୁଥିବା ବେଳେ
ହଠାତ୍ ଅମ୍ପାୟର୍‌ଙ୍କ ନିକଟରେ ଆସି ମାଟିରେ ଟଳିପଡ଼ିଥିଲେ। ସହଖେଳାଳି ଓ ସେଠାରେ ଉପସ୍ଥିତ ଲୋକେ ତାଙ୍କ ପାଖକୁ ଧାଇଯାଇଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ମୈଦାନରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏହା ପରେ ମ୍ୟାଚ୍‌କୁ ସ୍ଥଗିତ କରାଯାଇଥିଲା। ପ୍ରବୀଣ ପାୱାର ରତ୍ନାଗିରି ଓ ପାଖାପାଖି ଅଞ୍ଚଳରେ ଜଣେ ପରିଚିତ କ୍ରିକେଟ୍ ଖେଳାଳି ଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁ ଖେଳ ଜଗତକୁ ଗଭୀର ଆଘାତ ଦେଇଛି। ଏହି ଘଟଣା ପୁନର୍ବାର ଯୁବମାନଙ୍କ ମଧ୍ୟରେ ବଢ଼ୁଥିବା ହୃଦଘାତ ମାମଲାକୁ ନେଇ ଚିନ୍ତା ବଢ଼ାଇଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cricket Field Tragedy: Player Suffers Sudden Heart Attack During Live Match | Argus News