Cricket News / ଭାରତୀୟ ବ୍ୟାଟର ପ୍ରବଳ ନାଟକ କରୁଛନ୍ତି

Key Points
ପ୍ରବଳ ନାଟକ ବ୍ୟାଟ୍ ନବାଡ଼େଇକି ଭଲ ଖେଳିକି ଦେଖାଅ
ଭାରତୀୟ ବ୍ୟାଟର ପ୍ରବଳ ନାଟକ କରୁଛନ୍ତି
ପ୍ୟାଡ୍ରେ ବ୍ୟାଟ୍ ନବାଡ଼େଇ ଭଲ ଖେଳିକି ଦେଖାଅ
ଶୂନରେ ଆଉଟ ହେଲା ପରେ ନାଟକ କରୁଛନ୍ତି ଅଲଗା ପ୍ରକାର
ଏମିତି ନାଟକ କରୁଛନ୍ତି ଏମାନେ ଫିଲ୍ମରେ ଯିବା କଥା । ଖରାପ ଖେଳି ଆଉଟ ହେବେ ନାଟକ କରି ପଡ଼ିଆ ବାହାରକୁ ଆସିବେ । ପ୍ୟାଡରେ ବ୍ୟାଟକୁ ନବାଡ଼େ ଭଲ ଖେଳିକି ଦେଖାଅ । ପ୍ୟାଡ଼ରେ ବ୍ୟାଟକୁ ବାଡ଼େଇଲେ କିଛି ଲାଭ ମିଳିବ ନାହିଁ । ସଫା ସଫା କହିଲେ ଭଲ କରି ଧୋଇଲେ। ଭାରତୀୟ ଖେଳାଳିଙ୍କର ସବୁ ରଙ୍ଗ ଛଡ଼ାଇଲେ ଭାରତର ପୂର୍ବତ୍ତନ କ୍ରିକେଟର ଗାଭାଷ୍କର । ଅଭିଷେକଙ୍କ ଠାରୁ ଆରମ୍ଭ କରି ସୂର୍ଯ୍ୟକୁମାର କାହାକୁ ଛାଡ଼ିଲେ ନାହିଁ ।
ଗୋଟି ଗୋଟି କରି ସବୁ ବ୍ୟାଟର ମାନଙ୍କୁ ନାହିଁ ନଥିବା କଥା ଶୁଣାଇଛନ୍ତି ଗାଭାଷ୍କର। ଏମିତି କିଛନ୍ତି କି ଏହାକୁ ଶୁଣିଲା ପରେ ସବୁ ବ୍ୟାଟର ମାନଙ୍କ କାନରୁ ଧୂଆଁ ବାହାରିଥିବ ନିଶ୍ଚିତ ।
ଗାଭାଷ୍କର କହିଛନ୍ତି କି ଭାରତୀୟ ଖେଳାଳିଙ୍କର ନାଟକ ବହୁତ । ଆଉଟ ହେଲା ପରେ ବ୍ୟାଟକୁ ପ୍ୟାଡ଼ରେ ବାଡ଼େଇ ନାଟକ କରିବା ବଦଳରେ ଭଲ ଖେଳିବା ଦରକାର । ଏମିତି ନାଟକ କଲେ କିଛି ଲାଭ ମିଳିବ ନାହିଁ । ସେ ଆହୁରି କହିଛନ୍ତି କି ସାଉଥ ଆଫ୍ରିକାର ୨୦ ରନ୍ରେ ୩ଟି ଓ୍ବିକେଟ ପଡ଼ି ସାରିଥିଲା। କିନ୍ତୁ ମିଲର ରହିକି ବ୍ୟାଟିଂ କଲେ। ପରିସ୍ଥିତିକୁ ସମ୍ମାନ ଦେଇ ୬୩ ରନ୍ ସଂଗ୍ରହ କଲେ । ସାଉଥ ଆଫ୍ରିକାର ସବୁ ବ୍ୟାଟର ଧୈର୍ଯ୍ୟର ସହ ଭଲ ଖେଳିଥିଲେ । ଆଉ ଭାରତକୁ ୧୮୮ ରନ୍ର ଟାର୍ଗେଟ ଦେଇଥିଲେ।
କିନ୍ତୁ ଭାରତୀୟ ବ୍ୟାଟରଙ୍କ କଥା ନହକହିଲେ ଭଲ। ନାଟକ ଏତେ ବଢ଼ିଗଲା କି ସେମାନେ ପରିସ୍ଥିତିକୁ ସମ୍ମାନ ଟିକେ କଲେନାହିଁ। ୨୬ ରନ୍ରେ ୩ଟି ଓ୍ବିକେଟ ପଡ଼ିଯାଇଥିଲେ ମଧ୍ୟ ଭାରତୀୟ ବ୍ୟାଟର ମନ ଇଚ୍ଛା ଖେଳି ଆଉଟ ହୋଇଥିଲେ। ଟି ୨୦ ଫର୍ମାଟର ସବୁ ଠାରୁ ଶକ୍ତିଶାଳି ଦଳ ୧୮ ଓଭରରେ ମାତ୍ର ୧୧୧ ରନ୍ କରି ଅଲଆଉଟ ହୋଇଯାଇଥିଲା। ୨୦ ଓଭର ବି ପୁରା ଖେଳି ପାରି ନଥିଲା ଦଳ। ଅତି ଲଜ୍ଜା ଜନକ ଭାବରେ ଦଳର ପରାସ୍ତ ହୋଇଥିଲା ବୋଲି କହିଛନ୍ତି ଗାଭାଷ୍କର।
ଏବେ ଭାରତୀୟ ଦଳକୁ ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ ତାହା ପୁଣି ବହୁତ ବଡ଼ ବ୍ୟବଧାନରେ। ଯଦି ଭାରତ ନଯିତେ ତାହାଲେ ଭାରତ ବିଶ୍ବକପ୍ରୁ ନିଶ୍ଚିତ ବିଦା ହୋଇଯିବ।
ଏଥିସହ ପଢ଼ନ୍ତୁ: ଶୋଚନୀୟ ପରାଜୟ ପରେ ରାଗିଗଲେ କ୍ୟାପଟେନ, ଡଗ୍ ଆଉଟରେ ଯୁକ୍ତିତର୍କର ଭିଡିଓ ଭାଇରାଲ...
📱 Get Argus News App
✨Related Topics
Explore more stories