Videos
|
Sports

ଆରପାରିରେ କ୍ରିକେଟର ତଥା ପୂର୍ବତନ କୋଚ୍ ଅଂଶୁମାନ ଗାଏକ୍ବାଡ଼

Ritu Das
Browse all articles by Ritu Das
·2 years ago·1 min read
ଆରପାରିରେ କ୍ରିକେଟର ତଥା ପୂର୍ବତନ କୋଚ୍ ଅଂଶୁମାନ ଗାଏକ୍ବାଡ଼

ଅର୍ଗସ ବ୍ୟୁରୋ: ଆରପାରିରେ କ୍ରିକେଟର ତଥା ପୂର୍ବ କୋଚ୍ ଅଂଶୁମାନ ଗାଏକ୍ବାଡ଼। ଅଂଶୁମାନ ଅନେକ ଦିନ ଧରି ବ୍ଲଡ କ୍ୟାନସରରେ ପୀଡ଼ିତ ଥିବା ବେଳେ ତାଙ୍କର ଶେଷରେ ନିଧନ ହୋଇଛି। ତାଙ୍କ ଚିକିତ୍ସା ପାଇଁ ଅନେକ ଖେଳାଳୀ ସମେତ BCCI ମଧ୍ୟ ଆଗକୁ ଆସିଥିଲା। ପୂର୍ବ କ୍ରିକେଟର କପିଲ ଦେବ ନିଜର ପେନସନ ଡୋନେଟ କରିବାକୁ ଘୋଷଣା କରିବା ସହ BCCI. 

ଏକ କୋଟି ଟଙ୍କା ସହାୟତା କରିବ ବୋଲି ଘୋଷଣା କରିଥିଲା। ଗାଏକ୍ବାଡ଼ ୪୦ ଟେଷ୍ଟ ମ୍ୟାଚ ବିଶିଷ୍ଟ ନିଜ କ୍ୟାରିଅରରେ ୧୯୮୫ ରନ ବନାଇଛନ୍ତି...ଯେଉଁଥିରେ ୨ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି। ପାକିସ୍ତାନ ବିରୋଧରେ ସେ ତାଙ୍କ କ୍ୟାରିୟରର ସର୍ବାଧିକ ସ୍କୋର ୨୦୧ ରନ କରିଥିଲେ। ଏହା ସହ ଗାଏକ୍ବାଡ଼ ଭାରତ ପାଇଁ ୧୫ଟି ୱାନଡେ ମ୍ୟାଚ ମଧ୍ୟ ଖେଳିଛନ୍ତି।୧୯୯୭ରୁ ୧୯୯୯ ଭାରତୀୟ କ୍ରିକେଟ ଦଳର ହେଡ଼ କୋଚ ଭାବରେ କାମ କରିଛନ୍ତି ଅଂଶୁମାନ ଗାଏକ୍ବାଡ଼। 

୨୦୧୮ରେ BCCI ଗାଏକ୍ବାଡ଼ଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼ରେ ସମ୍ମାନିତ କରିଥିଲା। ତେବେ ଅଂଶୁମାନଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦି ,BCCI ସମ୍ପାଦକ ଜୟ ଶାହ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Cricketer and | Argus News